ସିମ୍ କାର୍ଡରେ ଜାଲିଆତି ରୋକିବାକୁ ଆସିପାରେ ନୂଆ ନିୟମ । ଗୋଟିଏ ପରିଚୟ ପତ୍ରରେ ୯ରୁ ୫ ହୋଇପାରେ କନେକ୍ସନ ସଂଖ୍ୟା, ଅପବ୍ୟବହାର ହେଉଥିବା ଜଣାପଡିଲେ ଯିବାକୁ ପଡିପାରେ ଜେଲ୍

177

କନକ ବ୍ୟୁରୋ: ଦେଶରେ ସାଇବର ଠକେଇରେ ଗୋଟିଏ ବଡ ପ୍ରମୁଖ ଅସ୍ତ୍ର ସାଜିଛି ଫ୍ରଡ ସିମ୍ । ଏବେ ଏହାକୁ ରୋକିବା ପାଇଁ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଟେଲି କମ୍ୟୁନିକେସନ୍ ବିଭାଗ ଫେକ୍ ସିମ୍ କାର୍ଡକୁ ରୋକିବା ପାଇଁ କେୱାଇସିରେ ଗୋଟିଏ ବଡ଼ ପରିବର୍ତ୍ତନ ଆଣିବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

କେୱାଇସି ଡିଜିଟାଲ ହେବା ଦ୍ୱାରା ସିମ୍ କାର୍ଡର ଆଉ ଜାଲିଆତି ହୋଇପାରିବେ ନାହିଁ କି ଗ୍ରାହକ ଫେକ୍ ଡକ୍ୟୁମେଂଟ ଦେଇ ସିମ୍ କିଣିପାରିବେ ନାହିଁ ତେଣୁ ସରକାର ଏହା ଉପରେ ଜୋର୍ ଦେଉଛନ୍ତି ବୋଲି ସୂଚନା ରହିଛି । ଯଦି ସିମ୍ ଓ ଡକ୍ୟୁମେଂଟ ଡିଜିଟାଲ ଭେରିଫାଏ ବେଳେ ଅପବ୍ୟବହାର ହୋଇଥିବା ଜଣାପଡିବ ତେବେ ତାଙ୍କୁ ଜୋରିମାନା ସହ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ । କେୱାଇସିର ନୂଆ ନିୟମ ଆଗାମୀ ୬ ମାସ ମଧ୍ୟରେ ଟେଲି କମ୍ୟୁନିକେସନ୍ ବିଭାଗର ଆର୍ଟିଫିଟିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଡିଜିଟାଲ ଇଣ୍ଟେଲିଜେନ୍ସ ୟୁନିଟି ଶାଖା ଦ୍ୱାରା ପ୍ରକାଶ କରାଯିବ ବୋଲି ସୂଚନା ରହିଛି । ସେହିପରି ନୂଆ ନିୟମ ଅନୁସାରେ ଗୋଟିଏ ପରିଚୟ ପତ୍ରରେ ୯ଟି ବଦଳରେ ମାତ୍ର ୫ଟି କନେକ୍ସନ ରହିପାରିବ । ସେହିପରି ଜଣେ ବ୍ୟକ୍ତି ନାଁରେ କେତୋଟି କନେକ୍ସନ ରହିଛି ଜାଣିବାକୁ ଟେଲିକମ ଆନାଲିଟିକ୍ସ ଫର ଫ୍ରଡ ମ୍ୟାନେଜମେଣ୍ଟ ଆଣ୍ଡ କନଜ୍ୟୁମର ପ୍ରାଟେକ୍ସନ ପୋର୍ଟାଲ ଆସୁଛି । ଏବେ କିଛି ରାଜ୍ୟ ପାଇଁ ଏହି ପୋର୍ଟାଲ ସେବା ରହିଛି ।