ରାଜ୍ୟର କରୋନା ମିଟର । ଗତ ୨୪ଘଣ୍ଟାରେ ୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ

72

କନକ ବ୍ୟୁରୋ : ରାଜ୍ୟର କରୋନା ମିଟର । ଗତ ୨୪ଘଣ୍ଟାରେ ୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୮୧ ଓ ସ୍ଥାନୀୟ ଅଞ୍ଚଳରୁ ୨୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବର୍ଗର ୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୨, ବାଲେଶ୍ୱର ୬, ବରଗଡ ୪୬, ଭଦ୍ରକ ୧, ବଲାଙ୍ଗୀର ୪୭, ବୌଦ୍ଧ ୩, କଟକ ୧୪, ଦେବଗଡ ୭, ଢେଙ୍କାନାଳ ୩, ଗଜପତି ୬, ଗଞ୍ଜାମ ୧, ଯାଜପୁର ୮, ଝାରସୁଗୁଡା ୯, କଳାହାଣ୍ଡି ୩୬, କନ୍ଧମାଳ ୧୩, କେନ୍ଦ୍ରାପଡା ୨, କେନ୍ଦୁଝର ୧, ଖୋର୍ଦ୍ଧା ୭୦, କୋରାପୁଟ ୧୧, ମାଲକାନଗିରି ୨, ମୟୂରଭଞ୍ଜ ୪୩, ନବରଙ୍ଗପୁର ୩୪, ନୟାଗଡ ୧୮, ନୂଆପଡା ୧୬, ପୁରୀ ୭, ରାୟଗଡା ୧୫, ସମ୍ବଲପୁର ୫୮, ସୋନପୁର ୨୧, ସୁନ୍ଦରଗଡ ୧୩୭ ଓ ଷ୍ଟେଟ ପୋଲରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ୫ହଜାର ୭୯୮ ସକ୍ରିୟ ସଂକ୍ରମିତ ରହିଛନ୍ତି ।