ବନ୍ଦ ପାଳନ ପୂର୍ବରୁ ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ : ଥାନାରେ ପହଞ୍ଚିଲେ ଆନ୍ଦୋଳନକାରୀ; ପୋଲିସ-କର୍ମୀ ମୁହାଁମୁହିଁ, ୮ ଗିରଫ

228

କନକ ବ୍ୟୁରୋ : ନୟାଗଡ଼ରେ ବିଜେପିର ବନ୍ଦ ପାଳନ ବେଳେ ଉତ୍ତେଜନା । ଦଶପଲାରେ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି । ୮ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ପୋଲିସ । ଦଶପଲ୍ଲା ଥାନା ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅଭିଯୋଗରେ ବ୍ଲକ ବିଜେପିର ଏକ ଗୋଷ୍ଠୀ ଆଜି ୬ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ।

ତେବେ ସୁରକ୍ଷା ଦୃଷ୍ଟିରୁ ପୋଲିସ ବନ୍ଦ ଡାକରା ଦେଇଥିବା ଗୋଷ୍ଠୀର ମୁଖ୍ୟ ରାଘବ ମଲ୍ଲିକଙ୍କୁ ଆଗୁଆ ଘରୁ ଉଠାଇନେଇଥିଲା । ପରେ ଆନ୍ଦୋଳନକାରୀ ଥାନା ନିକଟକୁ ଆସି ରାଘବଙ୍କ ସମ୍ପର୍କରେ ପଚାରିଥିଲେ । ରାଘବ ମଲ୍ଲିକ ପୋଲିସ କୋଉଠୁ ରଖିଛନ୍ତି ବୋଲି ପ୍ରଶ୍ନ କରଥିଲେ ଆନ୍ଦୋଳନକାରୀ । ଘଟଣାକୁ ନେଇ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।