ଉଦ୍ଧବ ସରକାରଙ୍କୁ ନବନୀତଙ୍କ ସମାଲୋଚନା, ଉଦ୍ଧବଙ୍କୁ ଅସହାୟ କହିବା ସହ ଶିବସେନା ବିରୋଧରେ ଦେଲେ ଏଭଳି ମନ୍ତବ୍ୟ

133

କନକ ବ୍ୟୁରୋ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି ସ୍ୱାଧୀନ ସାଂସଦ ନବନୀତ ରାଣା । ଗତକାଲି ଉଦ୍ଧବ ଠାକରେ ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ କି ଏବେ ଯଦି ଦାଉଦ ଇବ୍ରାହିମ ବିଜେପିର ସାମିଲ ହେବ ତେବେ ବିଜେପି ସରକାର ତାକୁ ତୁରନ୍ତ ମନ୍ତ୍ରୀପଦ ଦେଇଦେବ । ଏହି କଥାକୁ ନେଇ ଆଜି ନବନୀତ ଉଦ୍ଧବ ଠାକରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଶିବସେନା କିଛିବର୍ଷ ବିଜେପି ସହ ମେଣ୍ଟରେ ସରକାର ଗଠନ କରିଥିଲା , ଏଣୁ ଶିବସେନା ବି ଦାଉଦଙ୍କ ସମର୍ଥକ ।

କେବଳ ସେତିକି ନୁହେଁ ନବନୀତ ଉଦ୍ଧବଙ୍କୁ ଏକ ଅସହାୟ ମୁଖ୍ୟମନ୍ତ୍ରୀ କହିବା ସହ ଶିବସେନାକୁ ଔରଙ୍ଗଜେବ ସେନା ବୋଲି କହିଛନ୍ତି । ଏହାସହ ଉଦ୍ଧବ ଠାକରେ କ୍ଷମତାର ଦୂରପୋଯୋଗ କରି ତାଙ୍କୁ ଜେଲ ପଠାଇଥିବା କଥା ସେ ଅଭିଯୋଗ କରିଛନ୍ତି ।

କହିରଖୁ କି ହନୁମାନ ଚାଳିଶା ପଢିବା ମାମଲାରେ ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ଜେଲ ଯିବାକୁ ପଡିଥିଲା । ଜେଲରେ ୧୩ ଦିନ ରହିବା ପରେ ତାଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଜେଲରୁ ବାହାରିବା ପରେ ନବନୀତ ବାରମ୍ବାର ଶିବସେନା ଓ ଉଦ୍ଧବ ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି ।