ଆମେରିକୀୟ ଗବେଷଣା ସଂସ୍ଥା ନାସା ରଚିବ ଇତିହାସ । ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠକୁ ପଠାଇବ ମହିଳା ମହାକାଶଚାରୀ

117

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ‘ମୁନ ମିଶନ’ ରେ ଯିବେ ମହିଳା ମହାକାଶଚାରୀ । ଚନ୍ଦ୍ର ପୃଷ୍ଠରେ ଅଧିକ ଗବେଷଣା ପାଇଁ ବିଶ୍ୱର ପ୍ରଥମ ମହାକାଶଚାରୀଭାବେ ଯାତ୍ରା କରିବେ ଖ୍ରୀଷ୍ଟିନା ହାମୋକ କୋଚ୍ । ଏନେଇ ଆମେରିକୀୟ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି । ମୋଟ ୪ଜଣିଆ ସଦସ୍ୟ ମୁନ ମିଶନରେ ଯିବେ । ସେଥିରେ ପ୍ରଥମ ତଥା ଏକମାତ୍ର ମହିଳା ମହାକାଶଚାରୀ ଖ୍ରୀଷ୍ଟିନା ମିଶନ ସ୍ପେଶାଲିଷ୍ଟ ଭାବେ ସାମିଲ ହୋଇଛନ୍ତିି । ପୂର୍ବରୁ କେବଳ ପୁରୁଷ ମହାକାଶଚାରୀ ଚନ୍ଦ୍ରର କକ୍ଷ ପଥକୁ ଯାଇ ଗବେଷଣା କରି ଫେରିଛନ୍ତି । ଏବେ ମହିଳା ମହାକାଶଚାରୀଙ୍କୁ ପଠାଇ ଇତିହାସ ରଚିବ ନାସା । ଖ୍ରୀଷ୍ଟିନାଙ୍କ ସମେତ ଜେରେମି ହାନସେନ, ଭିକ୍ଟୋର ଗ୍ଲୋଭର ଓ ରାଏଡ ୱାଇଜମ୍ୟାନ ଚନ୍ଦ୍ରକୁ ଯାତ୍ରା କରିବେ । ଭିକ୍ଟୋର ଗ୍ଲୋଭର ମଧ୍ୟ ମୁନ ମିଶନରେ ଯାଉଥିବା ପ୍ରଥମ କୃଷ୍ଣକାୟ । ମୋଟ ୧୦ଦିନ ପାଇଁ ଏହି ଟିମ ଚନ୍ଦ୍ରପୃଷ୍ଠରେ ରହି ଅଧିକ ଗବେଷଣା କରିବେ । ଆପୋଲ ମିଶନ ପରେ ଏହା ହେଊଛି ନାସାର ସବୁଠୁ ବଡ ତଥା ଐତିିହାସିକ ମିଶନ । ଏହାର ନାଁ ରଖାଯାଇଛି ଆର୍ଟେମିସ ଟୁ ମିଶନ । ଶେଷଥର ପାଇଁ ୧୯୭୨ ମସିହାରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିଲେ ବୈଜ୍ଞାନିକ ।