ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣା: ଭୁବନେଶ୍ୱରରେ ମୁମ୍ବାଇର ଏଟିଏସ୍ ଓ ଏନଆଇଏ ଟିମ୍, ଏସ୍ଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଂଜୟ ଜୁମ୍ବେରକୁ ହେବ ଜେରା

118

କନକ ବ୍ୟୁରୋ: ଓଟିପି ସେୟାରିଂ ସ୍କାମ ତଥ୍ୟ ଲିକ୍ ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରରେ ମୁମ୍ବାଇର ଏଟିଏସ୍ ଓ ଏନଆଇଏ ଟିମ୍ । ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏଟିଏସ୍ ଟିମ୍ ଭୁବନେଶ୍ୱରରେ ପହଞ୍ଚିିଛି । ଆଜି ଏସ୍ଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଂଜୟ ଜୁମ୍ବେରକୁ ଜେରା କରିବ ମୁମ୍ବାଇ ଏଟିଏସ୍ ।

ମୁମ୍ବାଇ ଅଭିଜିତକୁ ୪ ଦିନିଆ ରିମାଣ୍ଡରେ ନେଇଛି ଏସ୍ଟିଏଫ୍ । ଆଜି ତାର ରିମାଣ୍ଡର ଦ୍ୱିତୀୟ ଦିନ ହୋଇଥିବା ବେଳେ ଏଟିଏସ୍ର ପଚରାଉଚରା ବେଳେ ଓଟିପି ସେୟାରିଂର ଅନେକ ଗୁମର ଖୋଲିବ । ପାକିସ୍ତାନ ଆଇଏସ୍ଆଇ ଏଜେଂଟଙ୍କ ସହ ଖୋଲିବ ଆର୍ଥିକ କାରବାର ଲିଙ୍କ । ଅଭିଜିତଙ୍କ ଜରିଆରେ ହେଉଥିଲା ଆଇଏସ୍ଆଇ ଫଣ୍ଡିଂ । ୨୦୧୮ଠାରୁ ପାକିସ୍ତାନ ଏଜେଂଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ । ପାକିସ୍ତାନର ଇଂଟେଲିଜେନ୍ସ ଆର୍ମି ଅଫିସର ସହ ଅଭିଜିତ କଥା ହେଉଥିଲା ।

ଓଡ଼ିଶାର ପଠାଣି, ପ୍ରୀତମଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କ ପାଖକୁ ଟଙ୍କା ଆସିଥିଲା । ଓଡ଼ିଶାର ସିମ୍କାର୍ଡ ପାକିସ୍ତାନରେ ଅପରେଟ୍ ହେଉଥିଲା । ଏହି ଘଟଣାରେ ଅଭିଜିତ୍କୁ ମିଶାଇ ମୋଟ୍ ୫ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ ।