ମୁମ୍ବାଇ ବହୁତଳ ଆପର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ । ୭ ମୃତ, ଅନେକ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର

135

କନକ ବ୍ୟୁରୋ: ଆଜି ଭୋର ସମୟରେ ମୁମ୍ବାଇ ତାରଦେବ ଇଲାକାର ଭାଟିୟା ହସ୍ପିଟାଲ ପାଖରେ ଥିବା ଏକ ବହୁତଳ ଅଟ୍ଟାଳିକାରେ ଭୟାବହ ଅଗ୍ନିିକାଣ୍ଡ ଘଟିଛି । ଫଳରେ ୭ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ ୧୯ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଧୂଆ ଯୋଗୁଁ ପାଖାପାଖି ରୁମରେ ରହୁଥିବା ଲୋକେ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡିଥିବା ଜଣାପଡିଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଏଠାରେ ଥିବା ‘କମଳା ଆପାର୍ଟମେଣ୍ଟ’ରେ ଆଜି ସକାଳ ପାଖାପାଖି ୭ଟା ସମୟରେ ନିଆଁ ଲାଗିଯାଇଥିଲା । । ଖବର ପାଇଁ ଘଟଣାସ୍ଥଳରେ ତୁରନ୍ତ ୧୩ଟି ଦମକଳ ଓ ୭ଟି ୱାଟର ଟେି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିପାରିଥିଲେ ବି ଏବେବି ପ୍ରବଳ ଧୂଆଁ ନିର୍ଗତ ହେଉଛି । ଫଳରେ ସ୍ଥାନୀୟ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେଉଛି । ତେବେ ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ଆହତଙ୍କୁ ସ୍ଥାନୀୟ ଭାଟିୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୬ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ୧୩ଜଣଙ୍କୁ ସାଧାରଣ ବେଡରେ ରଖି ଚିକିତ୍ସା କରାଯାଉଥିବା ସୂଚନା ରହିଛି ।