ଚାଷ ଜମିରେ ମାଡିଗଲା ଲୁହାଗୁଣ୍ଡ ପାଣି । ଚିନ୍ତାରେ ସ୍ଥାନୀୟ ଚାଷୀ ।

114

କନକ ବ୍ୟୁରୋ: ସମ୍ବଲପୁର ଠେଲକୁଲି ସ୍ଥିତ ଭୂଷଣ କାରଖାନାର ପାଚେରୀ ଭାଙ୍ଗିଯିବାରୁ ଏହାର ପାଖାପାଖି ଇଲକାର ଚାଷ ଜମିକୁ ମଡିଯାଇଛି ପ୍ଲାଣ୍ଟର ଲୁହାଗୁଣ୍ଡ ପାଣି । ଫଳରେ ବ୍ୟାପକ ଚାଷ ଜମି ପ୍ରଭାବିତ ହୋଇଛି । ଲୁହାଗୁଣ୍ଡ ପାଣି ମାଡି ଆସିବା ଯୋଗୁଁ  ପାଖରେ ଥିବା ମାଛ ପୋଖରୀରେ ମାଛ ମରି ଭାସୁଥିବା ଦେଖାଯାଇଛି । ଏହାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇବା ପରେ ପାଚେରୀ କାମ ଆରମ୍ଭ କରିଛି କମ୍ପାନୀ କର୍ତ୍ତୃପକ୍ଷ ।

ପ୍ରଭାବିତ ଚାଷୀଙ୍କ ସହ ଆଲୋଚନା ପରେ ସେମାନଙ୍କ କ୍ଷୟକ୍ଷତିର ଆକଳନ କରାଯିବା ସହ କ୍ଷତିପୂରଣ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତିି କମ୍ପାନୀ କର୍ତ୍ତୃପକ୍ଷ । ଜିଲ୍ଲା ପ୍ରଶାସନ ପକ୍ଷରୁ ରେଙ୍ଗାଲି ତହସିଲଦାର, ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ କମ୍ପାନୀ ପକ୍ଷରୁ ଜମି ଗୁଡିକରୁ ଜେସିବି ସାହାଯ୍ୟରେ ଜମିଥିବା ଲୁହା ମାଟିର ଆସ୍ତରଣକୁ କଢାଯାଉଛି ।