ସଚିବଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା । ଟ୍ୱିଟ୍ କରି ଲେଖିଲେ ଏଭଳି କଥା…

6,363

କନକ ବ୍ୟୁରୋ: ସଚିବଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ଲେଖିଛନ୍ତି- ଉନ୍ନୟନମୂଲକ କାମର ତଦାରଖ ପାଇଁ ଯାଉଥିବା ସଚିବଙ୍କୁ ଏତେ ଭୟ କାହିଁକି? ଯଦି ଜଣେ ସଚିବଙ୍କ ସୁରକ୍ଷା ପାଇଁ ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ତେବେ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନରଙ୍କ ସୁରକ୍ଷା ପାଇଁ କେଉଁ ଭଳି ସୁରକ୍ଷା ବ୍ୟବସ୍ଥା ହେବ, ସେ ନେଇ ପୁଲିସ୍ ଡିଜି ସ୍ପଷ୍ଟିକରଣ ରଖିବେ କି ବୋଲି ପ୍ରଶ୍ନ କରିଛନ୍ତି । ଏହି ଟ୍ୱିଟକୁ ଓଡ଼ିଶା ପୁଲିସ୍ ଡିଜିଙ୍କୁ ଟ୍ୟାଗ୍ କରିବା ସହ ବରଗଡ଼ ଗସ୍ତରେ ନିୟୋଜିତ ଥିବା ପୁଲିସ କର୍ମଚାରୀଙ୍କ ଏକ ତାଲିକା ମଧ୍ୟ ରଖିଛନ୍ତି । ଆଜି ବରଗଡ଼ ଗସ୍ତରେ ଅଛନ୍ତି ଫାଇଭ୍-ଟି ସଚିବ ।