ଜମି ବିବାଦକୁ ନେଇ ମା-ଝିଅଙ୍କୁ ଆକ୍ରମଣ, ରକ୍ତମୁଖା ପଡୋଶୀ । ଢେଙ୍କାନାଳ ପରଜଙ୍ଗରେ ଯୁବକଙ୍କୁ ପିଟି ପିଟି ହତ୍ୟା । 

154

କନକ ବ୍ୟୁରୋ: ଜମି ବିବାଦକୁ ନେଇ ମା-ଝିଅଙ୍କୁ ଆକ୍ରମଣ । ଜମିଜମା ବିବାଦକୁ ନେଇ ସମ୍ବଲପୁର ଦାନୀପାଲିରେ ରହୁଥିବା ଇନ୍ଦୁ ଓ ପାୟଲଙ୍କୁ ତାଙ୍କ ପଡ଼ୋଶୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ତାଙ୍କୁ ଛୁରିରେ ଆକ୍ରମଣ କରିଥିବା ବେଳେ ଉଭୟଙ୍କୁ ସଦର ଡାକ୍ତରଖାନାରେ ଭର୍ତି କରାଯାଇଛି । ସିଲେଇ ଦୋକାନ କରି ପରିବାର ଚଳାନ୍ତି ଇନ୍ଦୁ । ତାଙ୍କ ସ୍ୱାମୀ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଅସୁସ୍ଥତା ଲାଗି ରହିଥିବା ବେଳେ ମା ଓ ଝିଅ ସିଲେଇ କାମ କରି ପରିବାର ଚଳାଉଥିଲେ । ଚଳୁଥିବା ଇନ୍ଦୁଙ୍କ ପରିବାର ଦାନୀପାଲିରେ ଜମି କିଣି ଧାରଉଧାର କରି ଘର ତିଆରି କରିଥିଲେ । ତେବେ ପଡ଼ୋଶୀ ସହ ଜମି ବିବାଦକୁ ନେଇ ଶତ୍ରୁତା ଥିଲା । ବହୁବାର ଥାନାକୁ ମାମଲା ବି ଯାଇଛି ।

ସେପଟେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିର ଘଟଣା । ମୃତ ଯୁବକ ଜଣଙ୍କ ପୁରୁଣାଡିହ ଯୋଗୀ ସାହିର ଅଚ୍ୟୁତାନନ୍ଦ ନାଥ । ଅଚ୍ୟୁତାନନ୍ଦ ଘରକୁ ଗାଧୋଇ ସାରି ଫେରୁଥିବା ବେଳେ ଆକ୍ରମଣ ହୋଇଥିଲା । ଖବର ପାଇ ପରଜଙ୍ଗ ପୋଲିସ ମୃତ ଦେହକୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ଜମି ବାଡି଼ ବିବାଦ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।