ଚୋରି କରି ଆଣି ମା’କୁ ଟଙ୍କା ଦେଉଥିଲା ପୁଅ । ଧରା ପଡିବା ପରେ ସାମ୍ନାକୁ ଆସିଲା ଦୁହିଁଙ୍କ କାରାନାମା ।

149

କନକ ବ୍ୟୁରୋ: ମା’ ଟଙ୍କା ଆଣିବାକୁ ପୁଅକୁ କହୁଥିଲା । ଆଉ ପୁଅ ଚୋରି କରି ଟଙ୍କା ଆଣି ମାଆକୁ ଦେଉଥିଲା । ସବୁଦିନ ଚୋର ଘର ଅନ୍ଧାର ରୁହେନି ଭଳି ପୋଲିସ ହାବୁଡରେ ମା-ପୁଅ ଧରା ପଡିବା ପରେ ତାଙ୍କ କାରନାମା ସାମ୍ନାକୁ ଆସିଛି ।

ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ଖପରାମାଳ ଗାଁର ଏକ ଦୋକାନରୁ ମାର୍ଚ୍ଚ ୩୧ ତାରିଖ ରାତିରେ ୩ଲ କ୍ଷ ୭୦ ହଜାଲର ଟଙ୍କା ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ କରି ଖପରାମାଲ ଗାଁର ବାରି ହେମ୍ବମ୍ର ଓ ପୁଅ ମହନ୍ତ ହେମ୍ବମ୍ରଙ୍କୁ ଗିରଫ କରିଥିଲା । ଧରା ପଡିବା ପରେ ମାଆ-ପୁଅ ପୁଲିସ ଆଗରେ ସତ ସ୍ୱୀକାର କରିଛନ୍ତି । ଟଙ୍କା ଚୋରି କରିବା ପରେ ମହନ୍ତ ୩୫ ହଜାର ଟଙ୍କା ଦେଇ ମୋବାଇଲ କିଣି ବାକି ଟଙ୍କା ମାଆକୁ ଧରାଇ ଦେଇଥିଲା । ସେମାନଙ୍କ ନିକଟରୁ ୮୮ ହଜାର ୫ ଶହ ଟଙ୍କା ସହ ନୂଆ ମୋବାଇଲ ଜବତ କରିଛି ।