ଶେଯରେ ପଡି ଛଟପଟ ଗୋଟିଏ ବୋଲି ପୋଷିଲା ପୁଅ । ବୁଢି ମା’, ସ୍ତ୍ରୀ ଆଖିରୁ ଶୁଖୁନି ଲୁହ ।

144

କନକ ବ୍ୟୁରୋ: ଦିନ ରାତି ବୁଢି ମା’ ଆଉ ସ୍ତ୍ରୀ ଆଖିରୁ ଝରୁଛି ଲୁହ । ମା’ର ବିକଳ କାନ୍ଦ ଗୋଟିଏ ବୋଲି ପୁଅ ପାଇଁ , ଯିଏ ରୋଗରେ ପଡି କଲବଲ ହେଉଛି । ଏମିତି ଗୋଟିଏ ଦିନ ନାହିଁ ଯେଉଁଦିନ ଏ ମା’ ନ କାନ୍ଦିଛି । କି ଜାଣିଥିଲା ଦଇବ ଏମିତି ଦୁଃଖ ଦେବ ବୋଲି । ଯେଉଁ ପୁଅର କାନ୍ଧରେ ନିଜେ ମାଶାଣିକୁ ଯିବେ ବୋଲି ଭାବିଥିଲେ ଆଜି ସେ ପୁଅର ଯନ୍ତ୍ରଣା ଦେଖିଲେ ତାଙ୍କ ଛାତି ଫାଟିଯାଉଛି ।

ଗୋଟିଏ ପୁଅ ଗୋଟିଏ ଝିଅକୁ ନେଇ ଆଳି ବ୍ଲକ ଗଭାଡିଆଁ ଗାଁ ନିରଞ୍ଜନ ଜେନାଙ୍କ ପରିବାର । ଦୁଃଖେସୁଖେ ଚାଲିଥିଲା ପରିବାର । ପୁଅ ନଳିନିକାନ୍ତ ବଡ ହେବା ପରେ ବାହାରକୁ ଯାଇ ଗ୍ୟାସପାଇପଲାଇନ୍ କାମ କରୁଥିଲେ । ଘରକୁ ଦି ପଇସା ପଠାଉଥିଲେ । ପୁଅକୁ ବାହା କରି ଘରକୁ ବୋହୂ ଆସିଲା । ସମୟ କ୍ରମେ କୋଳକୁ ୨ ନାତି ବି ଆସିଲେ । ହେଲେ ଦଇବର ଗତି ବଦଳିଗଲା । ହଠାତ୍ ପୁଅ ନଳିନିଙ୍କର ଦେହ ଖରାପ ହୋଇଗଲା । ଘରକୁ ଆସି ଡାକ୍ତର ଦେଖାଇବାରୁ ଜଣାପଡିଲା ଯେ, ତାଙ୍କର ଗୋଟିଏ କିଡନୀ ଖରାପ ହୋଇଯାଇଛି । ମେଡିସିନ୍ ଖାଇଲେ ଭଲ ହୋଇଯିବେ । ଡାକ୍ତରଙ୍କ କହିବା ଅନୁସାରେ ମେଡିସିନ ୍ନେଇଥିଲେ ବି କିଛି ଲାଭ ହୋଇନଥିଲା ଦିନକୁ ଦିନ ସ୍ୱାସ୍ଥ୍ୟ ଆହୁରି ଖରାପ ହେବାରେ ଲାଗିଲା । ଦିନେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ଏସସିବି ଆଣି ପରୀକ୍ଷା କରାଇଥିଲେ । ଜଣାପଡିଲା ନଳିନିଙ୍କର ୨ଟା ଯାକ କିଡନୀ ପୁରା ଖରାପ ହୋଇଯାଇଛି । ଘର ଲୋକଙ୍କୁ ମୁଣ୍ଡ ଉପରେ ଯେମିତି ଆକାଶ ଛିଡି ପଡିଥିଲା । ବାସ୍ ସେବେଠୁ ଝରୁଛି ବୁଢି ମା’, ବାପା, ଆଉ ସ୍ତ୍ରୀ ଆଖିରୁ ଲୁହ ।

୬୫ ବର୍ଷର ବୁଢା ବାପା ଟଲି ଟାଣିଲେ ପରିବାର ୬ ପ୍ରାଣୀ ପରିବାର ଚଳିବ । ଦି କୁନି ପିଲାଙ୍କ ମୁହଁରେ ଦାନା ଦେବାକୁ ବି ପାଖରେ ପଇସା ନାହିଁ । ଏଭଳି ସ୍ଥିତିରେ ପୁଅର ଚିକିତ୍ସା କରିବାକୁ ଅର୍ଥ ଆଣିବେ ବା କେଉଁଠୁ । ଏକଥା କହି ବିକଳ ହୋଇ କାନ୍ଦୁଛନ୍ତି ନଳିନିଙ୍କ ମା’ ।

ସ୍ୱାମୀଙ୍କ ଡାଇଲେସିସ୍ ପାଇଁ ପାଖର ଯାହା କିଛି ଗହଣା ଥିଲା ସବୁ ତ ବିକି ଭାଙ୍ଗି ଖର୍ଚ୍ଚ କରିସାରିଲେଣି । ଆଉ କାଣିକଉଡିଟେ ବି ନାହିଁ । କୋଳରେ ଦି ଦିଟା ପିଲା । ସେମାନଙ୍କ ଭବିଷ୍ୟତ କଥା ଭାବି ଭାବି ଅହରହ ଝରୁଛି ପତ୍ନୀ ରୁକ୍ମିଣୀଙ୍କ ଆଖିରୁ ଲୁହ ।

ଆପଣଙ୍କ ଟିକିଏ ସାହାଯ୍ୟ ନଳିନିଙ୍କ ପରିବାରକୁ ସାହାସ ଦେଇପାରିବ । ନଳିନିଙ୍କୁ ସାହାଯ୍ୟ କରିବାକୁ ଠିକଣା ହେଲା:
ନଳିନୀକାନ୍ତଙ୍କୁ ସାହାଯ୍ୟ କରିବାର ଠିକଣା:
ନଳିନିକାନ୍ତ ଜେନା
SBI, ଆଳି
Ac No- ୩୬୮୯୩୩୧୩୭୩୬
IFC Code – SBIN୦୦୧୨୦୬୦
Phn Pay- ୭୩୨୬୦୮୦୩୬୯