ବାଲିପାଟଣାରେ ମାଙ୍କଡ ଆତଙ୍କ : ୩ ଦିନରେ ୭ ଜଣଙ୍କୁ କଲେଣି ଲହୁଲୁହାଣ

107

କନକ ବ୍ୟୁରୋ : ଭୁବନେଶ୍ୱରରେ ମାଙ୍କଡ ଆତଙ୍କ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବାଗଲପୁର ଅଞ୍ଚଳରେ ମାଙ୍କଡ ଆକ୍ରମଣରେ ଲୋକେ ଭୟଭୀତ । ୩ ଦିନରେ ୭ ଜଣଙ୍କୁ ଲହୁଲୁହାଣ କଲେଣି ମାଙ୍କଡ । ଛୋଟ ଛୁଆ ଏବଂ ବୟସ୍କ ବ୍ୟକ୍ତିଙ୍କୁ ମାଙ୍କଡ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତି ବାଗଲପୁର ସମେତ ଆଖପାଖ ଅଞ୍ଚଳରେ ମାଙ୍କଡ ଭୟ ଖେଳିଯାଇଛି ।

ଲୋକେ ଘରୁ ବାହାରିଲେ ସାଙ୍ଗରେ ବାଡି ଧରି ବାହାରୁଛନ୍ତି । କିଛି ଲୋକେ ମାଙ୍କଡକୁ ଘଉଡାବା ପାଇଁ ବାଡି ଧରି ଏକଜୁଟ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ଜଣେ ଶିଶୁ ସହ ୪ ଜଣଙ୍କୁ ମାଙ୍କଡ ଆକ୍ରମଣ କରିଥିବା ବେଳେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଙ୍କଡ ଭୟ ଏମିତି ଖେଳିଯାଇଛି ଯେ ଲୋେ ଦିନରେ କବାଟ ବନ୍ଦ କରି ଘରେ ରହୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।