ଥମୁନି ମାଙ୍କଡ ଆତଙ୍କ: ଭୟରେ ଗାଁରେ ପଡିଲାଣି ତାଟି କବାଟ, ଗାଁ ଦାଣ୍ଡ ଶୂନଶାନ୍

228

କନକ ବ୍ୟୁରୋ: ଥମୁନି ମାଙ୍କଡ ଆତଙ୍କ । ଆକ୍ରମଣରେ ୨୦ରୁ ଅଧିକ ଲୋକ ଆହତ ହୋଇପଡଛନ୍ତି । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବିଭିନ୍ନ ମେଡିକାଲରେ ଭର୍ତି କରାଯାଇଛି । କିଛଇ ଦିନ ହେଲା ମାଙ୍କଡ ଆତଙ୍କରେ ଥରହର ଗାଁର ଲୋକେ । ଭୟରେ ତାଟି କବାଟ ପକାଇ ରହିଛନ୍ତି । ଦିନେ କି ଦୁଇ ଦିନ ନୁହେଁ ମାସେରୁ ଅଧିକ ଦିନ ହେଲା ଗୋପ ବାଙ୍ଗର ବରପଦା ଗାଁରେ ମାଙ୍କ ଉତ୍ପାତ ଚଳାଇଛି । ଏହି ଜଙ୍ଗଲୀ ମାଙ୍କଡ ପଲ ଘର ଘରେ ପଶି ଲେକାଙ୍କୁ କାମୁଡି ଆହତ କରୁଛନ୍ତି । ଗାଁରେ ୩ଶହରୁ ଅଧିକ ପରିବାର ଭୟଭୀତ ଅବସ୍ଥାରେ ରହିଛନ୍ତି । କିଛି ଲୋକ ଠେଙ୍ଗା ଧରି ମାଙ୍କଡ ଗୋଡାଉଥିବା ବେଳେ ଏମାନଙ୍କ ଉପଦ୍ରବ କିନ୍ତୁ ଥମିବାରେ ନାଁ ନେଉନି । ଗାଁ ଦାଣ୍ଡ ମାଙ୍କଡ ଭୟରେ ଶୂନଶନ୍ ହୋଇପଡ଼ିଛି ।। ପିଲାମାନେ ସ୍କୁଲ ଯିବା ବି ବନ୍ଦ କରିଦେଇଛନ୍ତି । ଗାଁରୁ ମାଙ୍କଡ ଘଉଡାଇବାକୁ ବିନ ବିଭାଗକୁ ଜଣାଯାଇଛି । ହେଲେ କୋଣାର୍କ ବନବିଭାଗ ଏବେ ବି ନୀରବ ଦ୍ରଷ୍ଟା ପାଲଟିଛି । ଯାହାକୁ ନେଇ ଗାଁରେ ଭୟ ବଢିବାରେ ଲାଗିଛି ।