କିଛି ସମୟ ପରେ ଶପଥନେବେ ମୋହନ ମାଝୀ: ଶପଥ ସମାରୋହରେ ପହଞ୍ଚିଲେ ନବୀନ ପଟ୍ଟନାୟକ

232

କନକ ବ୍ୟୁରୋ: କିଛି ସମୟ ପରେ ଆରମ୍ଭ ହେବ ବିଜେପିର ଶପଥ ସମାରୋହ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ସଭାସ୍ଥଳରେ ପହଞ୍ଚିଛନ୍ତି ବିଭିନ୍ନ କେନ୍ଦ୍ର ନେତୃତ୍ୱ । ସେହିପରି ରାଜ୍ୟରେ ବରିଷ୍ଠ ବିଜେପି ନେତା, କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଛନ୍ତି । ତେବେ ଏହି ଉତ୍ସବରେ ଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ମଞ୍ଚ ଉପରେ ପହଞ୍ଚିବା ପରେ ସେଠାରେ ସମସ୍ତଙ୍କ ସହ ଭେଟି ନିଜ ସିଟରେ ବସିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଉତ୍ସବରେ ପହଞ୍ଚିବା ପରେ ଶପଥ ସମାରୋହ ଆରମ୍ଭ ହେବ । ଏହି ସମାରୋହରେ ହଜାର ହଜାର ଲୋକ ସାମିଲ ହେଇଥିବା ଦେଖିବାକୁ ମିଳିଛି । ଶପଥ ସମାରୋହ ପାଇଁ ରାଜଧାନୀରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି ।