ସିସିଟିଭି କ୍ୟାମେରାରେ କଏଦ ବାଇକ ଲୁଟର ଦୃଶ୍ୟ : ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରିବାକୁ ପୋଲିସ ତନାଘନା

256

କନକ ବ୍ୟୁରୋ : ସିସିଟିଭି କ୍ୟାମେରାରେ କଏଦ ବାଇକ ଲୁଟର ଦୃଶ୍ୟ । କଟକ ଜଗତପୁର ନାନକାର ଅଞ୍ଚଳରେ ବାଇକ ଲୁଟ କରିଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ନାନକାର ଅଞ୍ଚଳର ଏକ ଘର ଗେଟ ଭିତରେ ପଶି ବାଇକ ନେଇଯାଇଛନ୍ତି । ଆଉ ସେହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବାଇକ ଲୁଟ ନେଇ ଥାନାରେ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଚଲାଇଛି ପୋଲିସ । ଜବତ ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରିବାକୁ ପୋଲିସ ତନାଘନା ଚଲାଇଛି ।