ମେଡିକାଲରେ ମାତିଛନ୍ତି ମୋବାଇଲ ଲୁଟେରା : ରୋଗୀଙ୍କ ସମ୍ପର୍କୀୟଙ୍କୁ କରୁଛନ୍ତି ଟାର୍ଗେଟ; ଟିକେ ଅନ୍ୟମନସ୍କ ହେଲେ ଲୁଟି ନେଉଛନ୍ତି ମୋବାଇଲ

200

କନକ ବ୍ୟୁରୋ : ଡାକ୍ତରଖାନାରେ ମାତିଛନ୍ତି ମୋବାଇଲ ଲୁଟେରା । ରୋଗୀଙ୍କ ସମ୍ପର୍କୀୟଙ୍କୁ କରୁଛନ୍ତି ଟାର୍ଗେଟ । ଟିକେ ଅନ୍ୟମନସ୍କ ହେଲେ ମୋବାଇଲ ଲୁଟିନେଇ ମାରୁଛନ୍ତି ଚମ୍ପଟ । ରୋଗୀଙ୍କ ସମ୍ପର୍କୀୟ ଶୋଇଥିବା କିମ୍ବା ବାଥରୁମ ଯିବାର ସୁଯୋଗ ନେଇ ସେମାନେ ଲୁଟୁଛନ୍ତି ମୋବାଇଲ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମିତି ମୋବାଇଲ ଚୋରି କରୁଥିବା ବେଳେ ଧରାପଡିଛନ୍ତି ଜଣେ ଯୁବକ । ସିସିଟିଭିରେ ଲୁଟର ଦୃଶ୍ୟ କଏଦ ହୋଇଥିବା ବେଳେ ମେଡିକାଲର ସୁରକ୍ଷାକର୍ମୀ ଲୁଟେରାକୁ ଧରି ପୁଲିସ ଜିମା ଦେଇଛନ୍ତି ।

ମାଲକାନଗିରି ଭାଲିଗୁଡା ଗାଁର ବିଶ୍ୱନାଥ ତାଣ୍ଡିଙ୍କ ଝିଅ ଟ୍ୟୁମର ଅପରେସନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ବିଶ୍ୱନାଥଙ୍କ ଝିଅ ଏବଂ ସ୍ତ୍ରୀ ୱାର୍ଡ ଭିତରେ ଥିବା ବେଳେ ବାହାରେ ଶୋଇଥିଲେ ବିଶ୍ୱନାଥ । ରାତି ପାଖାପାଖି ୧୧ଟା ସମୟରେ ବିଶ୍ୱନାଥ ଶୋଇଥିବାର ସୁଯୋଗ ନେଇ ମୋବାଇଲ ଲୁଟି ନେଇଥିଲା ଲୁଟେରା । ଏ ସମ୍ପର୍କରେ ବିଶ୍ୱନାଥ ଜଣାଇବା ପରେ ସିସିଟିଭି ଫୁଟେଜ ଯାଚଂ କରାଯାଇ ଲୁଟାରାକୁ କାବୁ କରି ପୁଲିସ ଜିମା ଦିଆଯାଇଛି ।