ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଆରମ୍ଭରେ ଉଠିଲା ବନକଲାଗି ପ୍ରସଙ୍ଗ; ପରେ ଚର୍ଚ୍ଚା କରିବା କହି ଏଡା଼ଇଗଲେ ଗଜପତି ମହାରାଜ

104

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିଚାଳନା ବୈଠକରେ ଉଠିଲା ମହାପ୍ରଭୁଙ୍କ ବନକଲାଗି ପ୍ରସଙ୍ଗ । ଆଜି ପରିଚାଳନା କମିଟିର ବୈଠକ ବସିଛି । ପରିଚାଳନା କମିଟିର ସଦସ୍ୟ ମାଧବ ପୂଜାପଣ୍ଡା ପ୍ରଥମେ ବନକଲାଗୀ ନୀତି ପ୍ରସଙ୍ଗ ଉଠାଇଛନ୍ତି । ମାତ୍ର କମିଟିର ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜ କହିଛନ୍ତି, ପରବର୍ତ୍ତୀ ସମୟରେ ଆଲୋଚନା ହେବ କହି ଆଡେଇ ଯାଇଛନ୍ତି ।

ସେପଟେ ବୈଠକରେ ସୁଦର୍ଶନ ପଟ୍ଟନାୟକ ରତ୍ନଭଣ୍ଡାର ପ୍ରସଙ୍ଗ ଓ ଚାରିଦ୍ୱାର ଖୋଲିବା ପ୍ରସଙ୍ଗ ଉଠାଇଥିଲେ ସୁଦ୍ଧା ତାହା ମଧ୍ୟ ଆଲୋଚନା ପରିସରକୁ ଅଣାଯାଇ ନାହିଁ । ଏହି ବୈଠକରେ ଚଳିତବର୍ଷ ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପରିଚାଳନାକୁ ନେଇ ସମୀକ୍ଷା ହେଉଛି । ୨୦୨୨ ଓ ୨୦୨୩ର ଚାରୋଟି ପରିଚାଳନା କମିଟି ବୈଠକ ବିବରଣୀର ସମୀକ୍ଷା ହେଉଛି । ଅସୁସ୍ଥତା କାରଣରୁ ବୈଠକରେ ଉପସ୍ଥିତ ନାହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ।