ମାଲକାନଗିରିରେ ଲଗାଣ ବର୍ଷାର ବଡ଼ ପ୍ରଭାବ: ସେମିଷ୍ଟାର ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

78

କନକ ବ୍ୟୁରୋ: ମାଲକାନଗିରିରେ ଲଗାଣ ବର୍ଷା ପ୍ରଭାବ । ସେମିଷ୍ଟାର ପରୀକ୍ଷା ଦେବାରୁ ବଂଚିତ ହେଲେ ଅନେକ ଛାତ୍ରଛାତ୍ରୀ । ଯୁକ୍ତ ୩ ଦ୍ୱିତୀୟ ବର୍ଷର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବାରୁ ବାଦ ପଡ଼ିଲେ ଛାତ୍ରଛାତ୍ରୀ । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଯୋଗୁଁ ପରୀକ୍ଷା କେନ୍ଦ୍ରରେ ପହଂଚି ପାରିଲେନି ପିଲା । ସେପଟେ ମାଲକାନଗିରି ମାଥଲି ସହରରେ ବନ୍ୟା ପରିସ୍ଥତି । ବନ୍ୟା ପାଣି ନିସ୍କାସନ ହୋଇନପାରି ଘରେ ପଶୁଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ୫ରୁ ଅଧିକ ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ ଘରେ ପାଣି ପଶୁଛି । ଏ ଚିତ୍ର ହେଉଛି ମାଥଲି ସହରର ଅନୁଗୁଳିଆ ସାହିର । ଘରେ ପାଣି ପଶିଯିବାକୁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।