ପୁଅର ରୋଗ ଧରାଇଦେଲା ମାଆର ପରକୀୟା ପ୍ରିତି । ମେଡିକାଲ ଟେଷ୍ଟରୁ ଆସିଲା କିଛି ଏଭଳି ରିପୋର୍ଟ, ପରିବାରରେ ଅଶାନ୍ତିର ଝଡ

10,497

କନକ ବ୍ୟୁରୋ : ପୁଅର ରୋଗ ଧରାଇଦେଲା ମାଆର ପରକୀୟା ପ୍ରିତି । ଆଉଟଲୁକ୍ ମାଗାଜିନରେ ପ୍ରକାଶିତ ଏଭଳି ଏକ ଖବରକୁ ନେଇ ଚର୍ଚ୍ଚା ହେଉଛି । ପୁଅର ଦେହ ଖରାପ ହେବା ପରେ ଜଣେ ଓଡିଆ ଦମ୍ପତି ଚିକିତ୍ସା ପାଇଁ ଦିଲ୍ଲୀ ନେଇଥିଲେ । ଏଚପିଏଲସି ପରୀକ୍ଷା ପରେ ପୁଅ ବଂଶାନୁକ୍ରମିକ ରୋଗ ସିକଲ-ସେଲ-ଆନାମାଆ ରୋଗରେ ପୀଡିତ ଥିବା ଜଣାପଡ଼ିଥିଲା । ଉଭୟ ବାପା ଓ ମା’ ଏହି ରୋଗରେ ପୀଡ଼ିତ ଥିଲେ, ପିଲାଙ୍କୁ ବି ହୋଇଥାଏ । ତେଣୁ ଯୁବକଙ୍କ ନିକଟରେ ରୋଗ ଚିହ୍ନଟ ପରେ ତାଙ୍କ ବାପା ମାଆଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା । ସେଥିରୁ ଜଣାପଡ଼ିଲା ଯେ, ଯୁବକଙ୍କ ମା’ଙ୍କ ନିକଟରେ ଏହି ରୋଗର ଲକ୍ଷଣ ଥିବା ବେଳେ ବାପାଙ୍କ ନିକଟରେ ଏହି ଲକ୍ଷଣ ନାହିଁ । ବାପାଙ୍କ ପାଖରେ ଏପରି ରୋଗ ନଥିଲାବେଳେ ପୁଅ କିପରି ଏହି ରୋଗରେ ପିଡ଼ିତ ହେଲା । ତାକୁ ନେଇ ସମସ୍ତେ ଚିନ୍ତାରେ ପଡିଥିଲେ ।
ପତି -ପତ୍ନୀଙ୍କ ମଧ୍ୟରେ ସନ୍ଦେହ ବଢ଼ିବାରେ ଲାଗିଥିଲା । ହେଲେ, ଶେଷରେ ଯାହା ସାମନାକୁ ଆସିଥିଲା, ତାହା ଚମକାଇ ଦେଇଛି । କାରଣ ସମ୍ପୃକ୍ତ ମହିଳାଙ୍କର ପଡ଼ୋଶୀ ଘରର ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଆଉ ଉଭୟଙ୍କ ପାଖରେ ଏହି ସିକଲ- ସେଲ- ଆନାମିଆ ରୋଗ ଥିଲା । ଯାହାକି ପୁଅ ପାଖରେ ଦେଖାଦେଇଛି । ସତ ସାମନାକୁ ଆସିବା ପରେ ପରିବାର ଭିତରେ ଉଠିଛି ଅଶାନ୍ତିର ଝଡ ।