ରକ୍ତମୁଖା ଲାଲ ବାହିନୀର ପ୍ରତିଶୋଧ । ଗନ୍ତବ୍ୟସ୍ଥଳରେ ପହଂଚି ପାରିଲାନି ବସ୍, ଅଧବାଟରେ ଜାଳିଦେଲେ ମାଓବାଦୀ

14

କନକ ବ୍ୟୁରୋ: ରକ୍ତମୁଖା ଲାଲ ବାହିନୀର ପ୍ରତିଶୋଧ । ଛତିଶଗଡ ପୂଜାରୀକାଙ୍କେର ଏନକାଉଂଟରର ବଦଲା । ମାଲକାନଗିରି ସୀମାନ୍ତରେ ତିନିଟି ବସ ଓ ୩ଟି ଟ୍ରକ ଜାଳିଦେଲେ ମାଓବାଦୀ । ଯାହା ଭିତରେ ବି ଅଛି ମାଲକାନଗିରିରୁ ପ୍ରଥମକରି ହାଇଦ୍ରାବାଦ ଯାଉଥିବା ସରକାରୀ ବସ୍ । ଯାତ୍ରୀଙ୍କୁ ଓହ୍ଲାଇ ବସ ଜାଳି ଦେଇଥିବାବେଳେ ଜଣେ ଯାତ୍ରୀଙ୍କୁ ମଧ୍ୟ ନିର୍ମମ ଭାବେ ହତ୍ୟା କରିଛନ୍ତି । କାରଣ ସେ ଥିଲେ ପୂର୍ବତନ ପୋଲିସ କର୍ମଚାରୀ । ଯୋଗାଯୋଗର ମାଧ୍ୟମକୁ ଟାର୍ଗେଟ କରି ବିକାଶକୁ ବଡଧରଣ ବାଧା ପହଂଚାଇଛି ଲାଲ ବାହିନୀ ।

ଲୋକେସନ୍- ସୋମବାର ରାତି ସାଢେ ୮ଟା .. ମାଲକାନଗିରି ପୋଡିଆ ଥାନା ସୀମାନ୍ତ ଛତିଶଗଡ କୁର୍ତୀରେ ହୁତହୁତ ହୋଇ ଜଳୁଛି ବସ । ପ୍ରଥମେ ସୁକମା କୋଂଟା ଜାତୀୟ ରାଜପଥ ଅବରୋଧ କରି ସମସ୍ତ ଗାଡିମଟର ଅଟକାଇ ଦେଇଥିଲେ ଲାଲବାହିନୀ । ୩ଟି ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଲଗାଇଦେଲେ ନିଆଁ । ପରେ ତିନିଟି ଟ୍ରକ ବି ପୋଡି ଦେଇଥିଲେ ମାଓବାଦୀ । ଏତିକିରେ ସରିନଥିଲା ରକ୍ତମୁଖା ଲାଲବାହିନୀର ପ୍ରତିଶୋଧ ବସରେ ଥିବା ଜଣେ ଯାତ୍ରୀ ପୂର୍ବତନ ପୋଲିସ କର୍ମଚାରୀ ବୋଲି ଜଚ୍ଚିବା ପରେ ତାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଘଣଟା ପରେ ମାଓବାଦୀ ଛାଡିଯାଇଥିବା ପୋଷ୍ଟରରେ ପୂଜାରୀକାଙ୍କେର ଏନକାଉଂଟରର ବଦଲା ନେଇଥିବା ଉଲ୍ଲେଖ କରିଛନ୍ତି ।

ଲୋକେସନ୍- ବସ୍ ସେବା ଶୁଭାରମ୍ଭ.. ଏ ହେଉଛି ମାଲକାନଗିରିରୁ ଦୋର୍ନାପାଲି ଦେଇ ହାଇଦ୍ରାବାଦକୁ ବସ ସେବାର ଶୁଭାରମ୍ଭ । ଗତକାଲି ମାଲକାନଗିରି ବିଧାୟକ ମାନସ ମାଡକାମୀ ଏହି ବସ ସେବାର ଶୁଭାରମ୍ଭ କରିଥିଲେ । ଆଉ ପ୍ରଥମଥର ଲାଗି ଯାତ୍ରୀଙ୍କୁ ନେଇ ପଡୋଷୀ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଥିଲା ଗୋଟିଏ ବସ୍ ।

ମାଲକାନଗିରି ଜିଲ୍ଲାର ଶେଷ ସୀମାନ୍ତରେ ମୋଟୁ ପୋଲ ନିର୍ମାଣ ହୋଇପାରୁ ନଥିବାରୁ ବିଜୟୱାଡା-ରାଂଚୀ କରିଡର କାମ ଶେଷ ହୋଇପାରୁ ନାହିଁ । ଏଥିପାଇଁ ଦୋର୍ନାପାଲିରେ ଗତବର୍ଷ ଛିତଶଗଡ ସରକାର ପୋଲ ନିର୍ମାଣ କରିବା ପରେ ପ୍ରଥମଥର ଲାଗି ମାଲକାନଗିରିରୁ ହାଇଦ୍ରାବାଦକୁ ବସ ସେବା ଆରମ୍ଭ ହୋଇଥିଲା । ହେଲେ ବିକାଶରେ ବାଧକ ସାଜିଲା ଲାଲବାହିନୀ ।