ମାତ୍ର ତିନୋଟି ଶବ୍ଦରେ ଇସ୍ତଫା ପତ୍ର । ଭାଇରାଲ ହେଉଛି ଏହି ମଜାଦାର ଲେଟର୍

1,185

କନକ ବ୍ୟୁରୋ: ଆଜିକାଲି ଟଙ୍କା କମାଇବା ଅପେକ୍ଷା କାମରେ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଉଛନ୍ତି ଯୁବବର୍ଗ । କହିବାର ଅର୍ଥ କର୍ମ କ୍ଷେତ୍ରରେ ପଇସା ସାଙ୍ଗକୁ ଆତ୍ମସନ୍ତୁଷ୍ଟ ରହିବା ନିହାତି ଜରୁରୀ । ଏପରି ଦେଖାଯାଇଛି ଯେ, କାମ ଚାପରେ କିଛି ଲୋକ ଡିପ୍ରେସନକୁ ଚାଲିଯାନ୍ତି । ଆଉ କିଛି ଚରମ ପଦକ୍ଷେପ ମଧ୍ୟ ନେବାକୁ ମଧ୍ୟ ପଛାନ୍ତି ନାହିଁ । ହେଲେ ଖୁବ୍ କମ୍ ଲୋକ ଏପରି ଥାନ୍ତି ଯେଉଁମାନଙ୍କ ପାଖରେ ଆତ୍ମସନ୍ତୁଷ୍ଟି ପାଇଁ ଚାକିରି ଛାଡିଦେବାର ସତସାହାସ ଥାଏ । କିନ୍ତୁ ଏଭଳି ଜଣେ ବ୍ୟକ୍ତିଙ୍କ ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ମାତ୍ର ୩ଟି ଶବ୍ଦରେ ରେଜିଙ୍ଗନେସନ୍ ଲେଟର ଲେଖି ଖୁସିରେ ଖୁସିରେ ଚାକିରି ଛାଡିଦେଲେ । ଏହି ଇସ୍ତଫା ପତ୍ରରେ ଯାହା ଲେଖାଥିଲା ତାହା ବାସ୍ତବରେ ଭାରି ମଜାଦାର ।

‘ଡିଅର୍ ସାର୍ !
ମୁଁ ଇସ୍ତଫା ଦେଉଛି । ମଜା ଆସୁନି’
ବାସ୍ ଏତିକି କହି ଚାକିରି ଛାଡିଛନ୍ତି । ଯୁବକ । ଏବେ ଏହି ଇସ୍ତଫା ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା କେବଳ ଏକ ଇସ୍ତଫା ପତ୍ର ନୁହେଁ ବରଂ ଚାକିରି କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ । ଏହି ଇସ୍ତଫା ପତ୍ର ଜରି ଯୁବକ ଜଣକ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବାକୁ ଚାହୁଁଥିବା କହିଛନ୍ତି । କାମ କେବଳ ଅର୍ଥ ପାଇଁ ନୁହେଁ ଆତ୍ମ ସନ୍ତୁଷ୍ଟି ପାଇଁ କରିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।