ଭାଗ୍ୟରେ ଥିଲେ ଏପରି ହୁଏ ।କ୍ଷୀର କିଣିବାକୁ ଯାଇଥିଲେ କୋଟିପତି ହୋଇ ଫେରିଲେ ବ୍ୟକ୍ତି ।

901

କନକ ବ୍ୟୁରୋ: କାହା ଭାଗ୍ୟରେ କେତେବେଳେ କ’ଣ ଘଟିବ ସେ କଥା କିଏ ବା କହିବ । ଈଶ୍ୱର କାହାକୁ କେତେବେଳେ କେଉଁଠି କିପରି ଦେବେ ତାହାବି କାହାକୁ ଜଣାନାହିଁ । ହେଲେ ଉପରବାଲା ଯେତେବେଳ ଦବାକୁ ଚାହିଁବେ କେହି ରୋକିପାରିବେ ନାହିଁ । ଏପରି କିଛି ଘଟଣା ଆମେରିକା ନ୍ୟୁୟର୍କ ସହରରେ ଘଟିଥିବା ଶୁଣିବାକୁ ମିଳିଛି ।

ଆମେରିକାର ବ୍ୟକ୍ତି ଜଣକ ସକାଳୁ ଉଠି କଫି ବନାଇବାକୁ କ୍ଷୀର ଆଣିବାକୁ ମିଲ୍କ ଏଟିଏମକୁ ଯାଇଥିଲେ । ଏହି ସମୟରେ ତାଙ୍କର ନଜର ପଡିଥିଲା ଗ୍ରାହକ ସେବା କାଉଣ୍ଟର ଉପରେ । ଯେଉଁଠି ମେ’୧୪ ର ଲଟେରୀ ପାଇଁ ପାୱାରବଲ ଟିକେଟ୍ ମିଳୁଥିଲା । ସେ କିଛି ସମୟ ଚିନ୍ତା କରିବା ପରେ ଏହାକୁ କିଣିବାକୁ ସ୍ଥିର କଲେ । ପରଦିନ ଲଟେରୀର ଫଳାଫଳ ଆସିବା ପରେ ସେ ନିଜ ଟିକେଟରୁ ବିଜୟ ଜାଣିବା ପରେ ଖୁସିରେ ନାଚିବାକୁ ଲାଗିଲେ ।

ଲଟେରୀ ବିଜେତାଙ୍କ କହିବା କଥା ହେଲା, ସେ ଡ୍ରରେ ଥିବା ପ୍ରଥମ ପାଞ୍ଚଟି ନମ୍ବର ତାଙ୍କ ଟିକେଟ୍ ସହିତ ମେଳ ଖାଉଥିଲା । କିନ୍ତୁ ସେ ପାୱାରବଲ ନମ୍ବରରେ ହାରିଥିଲେ । ଏସଇଇଏଲ ସହିତ କଥାବାର୍ତ୍ତା କରିବା ସମୟରେ ବ୍ୟକ୍ତି ଜଣକ କହିଛନ୍ତି ଯେ, ପାୱାରବଲ ନମ୍ବର ହରାଇବା ସତ୍ତେ୍ୱ ସେ କୋଟି କୋଟି ଟଙ୍କା ଜିତିଥିଲେ । ସେ କହିଛନ୍ତି ଯେ, ଅତିରିକ୍ତ ଡଲାର ଦେଇ ସେ ପାୱାରପ୍ଲେ କିଣିଲେ , ଯେଉଁଥିରୁ ଅନେକ କିଛି ବିକଳ୍ପ ମିଳିଥିଲା ।ପରିଶେଷରେ ବ୍ୟକ୍ତିଜଣଙ୍କ ୨ ମିଲିୟନ୍ ଡଲାରର ଲଟେରୀ ପାଇଲେ, ଅର୍ଥାତ୍ ଗୋଟିଏ ଷ୍ଟ୍ରୋକରେ ପ୍ରାୟ ୧୫ କୋଟି ୫୨ ଲକ୍ଷ ଟଙ୍କା ଜିତିବାରେ ସକ୍ଷମ ହୋଇଥିଲେ ବ୍ୟକ୍ତି ଜଣକ ।