ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଲାନି ବୋଲି…ମଦ ପିଇଲେ, ନିଜ ଘରେ ନିଆଁ ଲଗାଇ ନାଚିଲେ

208

କନକ ବ୍ୟୁରୋ : ମଦ ପିଇ ନିଜ ଘରେ ନିଆଁ ଲଗାଇଦେଲେ । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସାହଜଖାଲ ଗାଁରୁ ଆସିଛି ଏଭଳି ଏକ ଖବର । ନିଆଁ ଲଗାଇଥିବା ବ୍ୟକ୍ତି ହେଉଛନ୍ତି ପ୍ରଦୀପ ନାୟକ ।  କିଭଳି ନିଆଁ ଲାଗିବା ପରେ ଚାଳ ଘରଟି ହୁତୁ ହୁତୁ ହୋଇ ଜଳୁଛି ତାହାର ଚିତ୍ର ସାମ୍ନାକୁ ଆସିଛି ।

ତେବେ କେଉଁ କାରଣ ପାଇଁ ପ୍ରଦୀପ ଏଭଳି ଉନ୍ମତକାଣ୍ଡ ଭିଆଇଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସ୍ଥାନୀୟ ଅଞ୍ଚଳର କହିବା କଥା ପ୍ରଦୀପ ନାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ । କିନ୍ତୁ ମିଳିନଥିଲା । ଯେଉଁଥିପାଇଁ ଅସନ୍ତୁଷ୍ଟ ମଧ୍ୟ ଥିଲେ । ଶେଷରେ ପକ୍କା ଘର ଖଣ୍ଡିଏ ପାଇଁ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି । ନିଜ ଘରେ ନିଆଁ ଲଗାଇବା ବେଳେ ଘର ଭିତରେ କେହି ନଥିଲେ ବୋଲି ସୂଚନା ରହିଛି ।