ଗରିବ ପରିବାର ପାଇଁ ମହାରାଷ୍ଟ୍ର ସରକାରଙ୍କ ବଡ ଉପହାର, ଗଣେଶ ପୂଜା ଠାରୁ ୧୦୦ଟଙ୍କାରେ ମିଳିବ ରାସନ କିଟ୍

1,025

କନକ ବ୍ୟୁରୋ : ମହାରାଷ୍ଟ୍ର ସରକାର ସାଧାରଣ ଗରିବ ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ‘ଆନନ୍ଦ କା ରାସନ’ ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହି କ୍ରମରେ ଏବେ ସରକାରୀ ରାସନ ଦୋକାନରେ ୧କିଲୋ ସୂଜି, ୧ଲିଟର ଖାଇବା ତେଲ, ୧ କିଲୋ ଚିନି ଓ ୧ କିଲୋ ଚଣାଡାଲି କେବଳ ୧୦୦ ଟଙ୍କାରେ ସରକାର ଉପଲବ୍ଧ କରାଇବେ । ଏହା କେବଳ ରାଜ୍ୟର ରାସନକାର୍ଡଧାରୀଙ୍କୁ ମିଳିବ । ମହାରାଷ୍ଟ୍ରରେ ୧କୋଟି ୬୩ ଲକ୍ଷ ରାସନକାର୍ଡଧାରୀ ଏଥିରେ ଉପକୃତ ହେବେ ବୋଲି ସରକାରୀ ତଥ୍ୟ କହୁଛି ।

କେବଳ ସେତିକି ନୁହେଁ ମହାରାଷ୍ଟ୍ର ସରକାର ରାଜ୍ୟରେ ଥିବା ବେଆଇନ ଜୁଆ ଆଡ୍ଡା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ କ୍ୟାବିନେଟର ମଞ୍ଜୁରୀ ମଧ୍ୟ ମିଳିଛି । ଜୁଆ ଆଡ୍ଡା ଅଧିନିୟମ ୧୯୭୬ କ୍ରମରେ ରାଜ୍ୟରେ ଜୁଆ ଆଡ୍ଡାକୁ ବୈଦ୍ଧ କରିବାକୁ ଚାରିଆଡୁ ଚାପ ପଡୁଥିଲେ ବି ସରକାର ଏହାକୁ ବେଆଇନ ବୋଲି ଘୋଷଣା କରିବା ସହ ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବ ଉପରେ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଗତବର୍ଷ ମଧ୍ୟ ମହାରାଷ୍ଟ୍ର ସରକାର ଦିପାବଳୀରେ ଗରିବ ଲୋକଙ୍କ ପାଇଁ ୧୦୦ ଟଙ୍କାରେ ରାସନ କିଟ୍ ଉପଲବ୍ଧ କରାଇଥିଲେ ।