ରାଜପଥରେ କାରକୁ ଅଟକାଇଲେ ଦୁର୍ବୃତ୍ତ । ଗାଡ଼ି ଭଙ୍ଗାରୁଜା କରି ଲୁଟିନେଲେ ଲକ୍ଷାଧିକ ଟଙ୍କା ।

1,054

କନକ ବ୍ୟୁରୋ: ଯୁବକଙ୍କୁ ମାଡ ମାରିବା ସହ ଗାଡି ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କା । ବାଲେଶ୍ୱର ଜଳେଶ୍ୱର ୫୭ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, କମର୍ଦା ଥାନା ଅନ୍ତର୍ଗତ ରାଉତ ମନ୍ଦାରୁଣୀ ଗାଁର ଗୋପାଳ ଦାସ, ଜଳେଶ୍ୱରରୁ କାମ ସାରି ଏକ କାର ଯୋଗେ ନିଜ ଘରକୁ ଫେରୁଥିଲେ । ଜଣେ ସହଯୋଗୀ ମଧ୍ୟ ତାଙ୍କ ସାଥିରେ ଥିଲେ ।

ମଙ୍ଗଳବାର ବିଳମ୍ବିତ ରାତିରେ ୫୭ ନମ୍ବର ଜାତୀୟ ରାଜପଥ ବାଗପୁଂଜି ନିକଟରେ ୨୦ ଅଧିକ ଅସାମାଜିକ ବ୍ୟକ୍ତି ତାଙ୍କ କାର୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଗାଡି ନଅଟକାଇବାରୁ ଗାଡି ଉପରକୁ ଇଟା ମାଡ କରିବା ସହ ଭଙ୍ଗାରୁଜା କରି ମାରଣାତ୍ମକ ଆକ୍ରମଣ କରଥିଲେ ଦୁର୍ବୃତ । ଏଥିସହ ଗୋପାଳଙ୍କ ପାଖରେ ଥିବା ଲକ୍ଷାଧିକ ଟଙ୍କା ଓ ସୁନା ଚେନ୍ ଲୁଟି ଫେରାର ହୋଇ ଯାଇଥିଲେ । ତେବେ ଗୁରୁତର ଅବସ୍ଥାରେ ଗୋପାଳଙ୍କୁ ପ୍ରଥମେ ଜଳେଶ୍ୱର ହସ୍ପିଟାଲରେ ଭର୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ତେବେ ଜଳେଶ୍ୱର ପୋଲିସ ଘଟଣାର ତଦନ୍ତ କରୁଛି । ଗୋପାଳ ଜଳେଶ୍ୱରରେ ଏକ ମଦ ଦୋକାନରେ କାମ କରୁଥିବା ଜଣାପଡିଛି ।