ମହାପ୍ରଭୁଙ୍କ ଅଣସର ସେବାରେ କୁନି ଦଇତା ସେବକ : ଓଷ ଲାଗି ନୀତିରେ ହେଲେ ସାମିଲ

281

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ସେବାରେ କୁନି ଦଇତା ସେବକ । କୁନି ଦଇତା ଏକାଂଶ ଦାସ ମହାପାତ୍ର ଶ୍ରୀମନ୍ଦିରକୁ ପ୍ରବେଶ କରି ସେବା କରିଛନ୍ତି । ଗତବର୍ଷ ସୁନାବେଶରେ ଏକାଦଶୀ ଦିନ ଏକାଂଶ ଜନ୍ମ ନେଇଥିଲେ । ଶ୍ରୀମନ୍ଦିରରେ ସମ୍ପାଦିତ ହେଉଥିବା ଓଷଲାଗି ପରମ୍ପରାରେ ଅଂଶୀଦାର ହୋଇ ସେ ସେବା ଆରମ୍ଭ କରିଛନ୍ତି । ସେ ଓଷକୁ ସ୍ପର୍ଶ ପରେ ମହାପ୍ରଭୁଙ୍କଠାରେ ଲାଗି ହୋଇଥିଲା । ଫୁଲୁରୀ ତେଲ ଲାଗି ପରଦିନ ଠାରୁ ୩ ଦିନ ପର୍ଯ୍ୟନ୍ତ କୁନି ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗଦେଇଥାନ୍ତି ।