ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ : ମଝି ଚିଲିକାକୁ ମାଛ ମାରିବାକୁ ଯାଇଥିଲେ ବାପ-ପୁଅ

473

କନକ ବ୍ୟୁରୋ : ଚିଲିକାରେ ବଜ୍ରପାତରେ ବାପ ଓ ପୁଅଙ୍କ ମୃତ୍ୟୁ । ମଝି ଚିଲିକାକୁ ମାଛ ଧରିବାକୁ ବାପ-ପୁଅ ଯାଇଥିଲେ । ଡଙ୍ଗାରେ ଥିବା ବାପ-ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବିଧାନ ବିଶ୍ୱାସ ଓ ଉତ୍ତମ ବିଶ୍ୱାସ । ମୃତକଙ୍କ ଘର ବାଲୁଗାଁ ଶାନ୍ତିନଗରରେ ବୋଲି ଜଣାପଡିଛି । ଗାଁରେ ଶୋକାକୂଳ ପରିବେଶ । କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଗାଁ ।