ଦୁର୍ଘଟଣାରେ କଲରାପତରିଆର ମୃତ୍ୟୁ : ଦୁର୍ଘଟଣା ନେଇ ତଦନ୍ତ କରୁଛି ବନବିଭାଗ

207

କନକ ବ୍ୟୁରୋ : ଦୁର୍ଘଟଣାରେ କଲରାପତରିଆର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ମୂଜାଗଡ଼ ଗାଁ ନିକଟ ମୁଖ୍ୟରାସ୍ତାରୁ ଗୁରୁତର ଭାବେ ଆହତ ହୋଇଥିବା କଲରାପତରିଆ ବାଘକୁ ଉଦ୍ଧାର କରାଯାଇଥିଲା । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ କୌଣସି ଏକ ଭାରି ଯାନ ଧକ୍କାରେ କଲରାପତରିଆ ବାଘଟି ତଳେ ପଡି ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି କଲରାପତରିଆ ବାଘଟିକୁ ଭଞ୍ଜନଗର ପଶୁ ଚିକିତ୍ସାଳୟକୁ ନେବା ବେଳେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି । କଲରାପତରିଆ ବାଘଟିର ବୟସ ୪ରୁ ୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ କେମିତି ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ କରୁଛି ବନବିଭାଗ ।