ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ । ପରିବହନ ମନ୍ତ୍ରୀ କହିଲେ ମୁଖ୍ୟମନ୍ତ୍ରୀ ବସ୍ ସେବା ନାମରେ ଚାଲିବ ବସ୍

290

କନକବ୍ୟୁରୋ: ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ । ନୂଆ ନାମ ମୁଖ୍ୟମନ୍ତ୍ରୀ ବସ୍ ସେବା ହେବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ସରକାର ବଦଳିବା ପରେ ‘ଲକ୍ଷ୍ମୀ ବସ୍’ର ଭବିଷ୍ୟତକୁ ନେଇ ଦେଖାଦେଇଥିଲା ଅନିଶ୍ଚିତତା । ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । ଅଳ୍ପ ଟଂକାରେ ପଂଚାୟତ ଓ ବ୍ଲକକୁ ସହର ସହ ଯୋଡିବା ପାଇଁ ନବୀନ ସରକାର ଏହି ଯୋଜନା କରିଥିଲେ । କିନ୍ତୁ ସରକାର ବଦଳିବା ପରେ ଏହି ଯୋଜନାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ଅନେକ ସ୍ଥାନରେ ବସ ଗୁଡିକ ପଡି ରହିଥିବା ଦେଖିବାକୁ ମିଳିଛି । ଏହାପରେ ବସ ସେବା ଜାରି ରହିବ କିନ୍ତୁ ନୂଆ ନାଁରେ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।