ପ୍ରଚଣ୍ଡ ଭୂସ୍ଖଳନରେ ଦବିଗଲା ପୁରା ଗାଁ, ମାଟି ତଳେ ୫୦ ଲୋକ ଦବିଯାଇଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

786

କନକ ବ୍ୟୁରୋ: ମହାରାଷ୍ଟ୍ର ରାୟଗଡରେ ଭୂସ୍ଖଳନରେ ଦବିଗଲା ପୁରା ଗାଁ । ଫଳରେ ମାଟିତଳେ ୫୦ରୁ ଅଧିକ ଲୋକ ଦବିଯାଇଥିବା ଆଶଙ୍କା ରହିଛି । ସେମାନଙ୍କ ମଧ୍ୟରେ ଏବେଯାଏଁ ମାତ୍ର ୪ଜଣଙ୍କ ଶବ କଢାଯାଇଥିବାବେଳେ ପାଖାପାଖି ୨୫ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ମୁତାବକ, ରାୟଗଡ ଜିଲ୍ଲା ଖାଲାପୁର ତହସିଲ ଇରସାଲବାଡି ଗାଁ ପାହାଡିଆ ଇଲାକାରେ ଥିବାବେଳେ ବିଳମ୍ବିତ ରାତିରେ ଭାରୀ ବର୍ଷା ଯୋଗୁଁ ହଠାତ୍ ପାହାଡ ଗାଁ ଆଡକୁ ଧସିଆସିଥିଲା । ଫଳରେ ପାହାଡ ତଳେ ୧୭ ପରିବାର ଦବିଯାଇଛି । ଏହି ଗାଁ ଆଦିବାସୀ ବହୁଳ ଗାଁ ।