ସେସନ୍ସ କୋର୍ଟ ଗଲେ ଅର୍ଚ୍ଚନା ନାଗ୍ : ଗତକାଲି ଭୁବନେଶ୍ୱର ଜେଏମଏଫସି-୩ କୋର୍ଟ ଜାମିନ କରିଥିଲେ ଖାରଜ

75

କନକ ବ୍ୟୁରୋ : ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକମେଲ ମାମଲାରେ ଅର୍ଚ୍ଚନାଙ୍କ ଜାମିନ୍ ଖାରଜ କରିଥିଲେ ଜେଏମ୍ଏଫ୍ସି-୩ କୋର୍ଟ । ଜାମିନ୍ ଆବେଦନ ଖାରଜ ପରେ ସେସନ୍ସ କୋର୍ଟରେ ପୁଣି ଜାମିନ୍ ଆବେଦନ କରିଛନ୍ତି ଅର୍ଚ୍ଚନା । ସେପଟେ ଇଡିରେ ହାଜର ହେଲେ ଭୁବନେଶ୍ୱରର ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ । ଅର୍ଚ୍ଚନା ନାଗ ମାମଲାରେ ଶିବପ୍ରସାଦଙ୍କୁ ସମନ କରିଥିଲା ଇଡି । ସମନ ପାଇବା ପରେ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ଶିବପ୍ରସାଦ ପହଞ୍ଚିଛନ୍ତି ।

ଆର୍ଥିକ କାରବାର ନେଇ ଶିବପ୍ରସାଦଙ୍କୁ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେବେ ଓ କାହିଁକି ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ହୋଇଥିଲା ତାର ଖିଅ ଖୋଜିବ ଇଡି । ହୋଟେଲରେ ହୋଇଥିଲା କି ହନିଟ୍ରାପ ଡିଲ ? ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଏହି ହୋଟେଲକୁ ନିୟମିତ ଯାଉଥିଲେ ବୋଲି ଚର୍ଚ୍ଚା ହେଉଛି । ଅର୍ଚ୍ଚନାଙ୍କ ସହ ଶିବପ୍ରସାଦଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ହୋଇଥିବା ନେଇ ସୁରାକ ପାଇଛି କି ଇଡି ? ସେପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଏଡିଜେ କୋର୍ଟରେ ଖାରଜ ହୋଇଛି । ଶ୍ରଦ୍ଧାଞ୍ଜଳିକୁ ଟ୍ରାପ୍ କରି ତାଙ୍କ ଭିଡିଓକୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି ।