ବଜ୍ରପାତରେ ଥରିଲା କୋରାପୁଟ : ୪୫ ମିନିଟରେ ହେଲା ୨୧ ହଜାରରୁ ଅଧିକ ବ୍ରଜପାତ; ୨ ଜଣଙ୍କ ମୃତ୍ୟୁ

338

କନକ ବ୍ୟୁରୋ : ବଜ୍ରପାତରେ ଥରିଲା କୋରାପୁଟ । ୪୫ ମିନିଟରେ ହେଲା ୨୧ ହଜାରରୁ ଅଧିକ ବ୍ରଜପାତ । କୋରାପୁଟ ଜିଲ୍ଲାରେ ଗତକାଲି ପ୍ରକୃତି ପୁଣି ଭୟଙ୍କର ରୂପ ନେଇଥିଲା । ବୈପାରୀଗୁଡା, ବୋରିଗୁମ୍ମା, କୋରାପୁଟ, ଲମତାପୁଟ, ଜୟପୁର, ସେମିଳିଗୁଡା, ନନ୍ଦପୁର ଓ କୁନ୍ଦୁରା ଅଞ୍ଚଳରେ ଏଭଳି ବଜ୍ରପାତ ହୋଇଥିବା ସୂଚନା ମିଳିଛି । ୪୫ ମିନିଟି ମଧ୍ୟରେ ଆକାଶରେ ୨୧ ହଜାର ୯୧ ବଜ୍ରପାତ ହୋଇଛି । ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନ ପରେ ହଠାତ୍ ପାଣିପାଗରେ ପରିବର୍ତ୍ତନ ହୋଇଥିଲା । ଅପରାହ୍ଣ ୩ ଟା ପରେ ବର୍ଷା ପବନ ହୋଇଥିଲା । ଏହି ସମୟରେ ପ୍ରାୟ ୪୫ ମିନିଟ ଧରି ବଜ୍ରପାତ ହୋଇଥିବା ନେଇ ଦାମିନୀ ଆପ୍ ରେକର୍ଡ କରିଛି । ବାୟୁ ମଣ୍ଡଳରେ ଆଦ୍ରଦା ବୃଦ୍ଧି ଯୋଗୁ ଏଭଳି ବଜ୍ରପାତ ହୋଇଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ୍ ତ୍ରିପାଠୀ କହିଛନ୍ତି । ତେବେ ଚଳିତବର୍ଷ ବଢିଚାଲିଥିବା ବଜ୍ରପାତ ଜଳବାୟୁରେ ବଡ ପରିବର୍ତ୍ତନର ସଙ୍କେତ ବୋଲି କୁହାଯାଉଛି ।