କେକେଙ୍କ ମୁହଁ , ମୁଣ୍ଡରେ ଆଘାତ ଚିହ୍ନ । ଅସାମାନ୍ୟ ମୃତ୍ୟୁ ନେଇ ପୋଲିସ ଦାଏର କଲା ମାମଲା

406

କନକ ବ୍ୟୁରୋ: ଦେଶର ସବୁଠୁ ଲୋକପ୍ରିୟ ସିଙ୍ଗର କୃଷ୍ଣ କୁମାର ଓରଫ୍ କେକେଙ୍କ ଦେହାନ୍ତରେ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି । ମଙ୍ଗଳବାର ଏକ ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମରେ ଲାଇଭ ଶୋ’ କରୁଥିବାବେଳେ ହଠାତ୍ ତାଙ୍କ ସ୍ୱାସ୍ୟ୍ଥାବସ୍ଥା ଖରାପ ହୋଇପଡିଥିଲା । ତାଙ୍କୁ ସେଠାରୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । କାର୍ଡିଆକ୍ ଆରେଷ୍ଟ ତଥା ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବାବେଳେ ଏହାକୁ କିନ୍ତୁ ଅସାମାନ୍ୟ ମୃତ୍ୟୁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ କେକେଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ପରେ ହିଁ ସ୍ପଷ୍ଟ ହେବ । ପୋଲିସର କହିବା ମୁତାବକ, କେକେଙ୍କ ମୁଣ୍ଡରେ ଓ ମୁହଁରେ ଆଘାତ ଚିହ୍ନ ରହିଛି । ତେଣୁ ତାଙ୍କ ମୃତ୍ୟୁ ସାମାନ୍ୟ ନୁହେଁ । ଏନେଇ ପୋଲିସ ସେ ରହୁଥିବା ହୋଟେଲ ମାଲିକ ଓ କର୍ମଚାରୀଙ୍କ ସହ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚୁରା କରୁଥିବାବେଳେ ‘ଆସାମାନ୍ୟ ମୃତ୍ୟୁ ମାମଲା’ ଦାଏର କରି ଅଧିକ ତଦନ୍ତ ଚଳାଇଛି ।
କେକେଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ଅନ୍ତ୍ୟେଷ୍ଟି କ୍ର୍ରିୟା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମମତା ।