ଆଜି ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ : ଭାରତରୁ ଯୋଗ ଦେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

105

କନକ ବ୍ୟୁରୋ : ବିଟ୍ରେନର ରାଜା କିଙ୍ଗ ଚାଲର୍ସ ତୃତୀୟଙ୍କ ଆଜି ହେବ ରାଜ୍ୟାଭିଷେକ । ଏଥିପାଇଁ ଲଣ୍ଡନ ଓ ବ୍ରିଟେନରେ ତିନି ଦିନିଆ ଉତ୍ସବ ପାଳନ ହେବ । ୮ ତାରିଖରେ ଏହି ସମାରୋହ ଶେଷ ହେବ । ୭୦ ବର୍ଷ ପରେ ହେବ ରାଜ୍ୟାଭିଷେକ । ଶେଷ ଥର ପାଇଁ ୧୯୫୩ ହୋଇଥିବା ରାଜ୍ୟାଭିଷେକ । ଏହା ପାଇଁ ୧ ହଜାର ୬୧କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ରାଜ୍ୟାଭିଶେଷ ପାଇଁ ମେ ୮ ତାରିଖକୁ ବ୍ରିଟେନରେ ସରକାରୀ ଛୁଟି ଘୋଷଣା କରାଯାଇଛି ।

ମହାରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ ଏବେ କିଙ୍ଗ ଚାଲର୍ସ ତୃତୀୟ ରାଜା ଓ ତାଙ୍କ ପତ୍ନୀ କାମେଲା ମହାରାଣୀ ହେବ । ରାଜ୍ୟାଭିଶେଷକ ଓ ଶପଥପାଠ ଉତ୍ସବ ଲଣ୍ଡନରେ ଆୟୋଜନ କରାଯାଇଛି । ଯେଉଁଥିରେ ହଜାର ସଂଖ୍ୟକ ଅତିଥି ଯୋଗ ଦେବେ । ଶନିବାର ୱେଷ୍ଟମିନିଷ୍ଟରରେ ଧାର୍ମିକ ସମାରୋହ କରାଯାଇଛି । ଆଜି ବ୍ରିଟେନ ପରିବାର ପାରମ୍ପାରିକ ରାଜାଙ୍କ ମୁକୁଟୁ ପିନ୍ଧିବେ କିଙ୍ଗ ଚାଲର୍ସ ତୃତୀୟ । ମେ ୬ ରୁ ୮ ପର୍ଯ୍ୟନ୍ତ ଲଣ୍ଡନରେ ହେବ ଭବ୍ୟ ଆୟୋଜନ ।

ତେବେ ରାଜ୍ୟାଭିଷେକର ସିଧାପ୍ରସାରଣ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ଟା ୩୦ ମିନିଟରେ କରାଯିବ । ବିବିସି, ଆଇଟିବି, ସ୍କାଏ ନ୍ୟୁଜରେ ହେବ ସିଧା ପ୍ରସାରଣ । କାର୍ଯକ୍ରମରେ ଦେଶବିଦେଶରୁ ୮୦୦ ଅତିଥି ଯୋଗ ଦେବେ । ବିଭିନ୍ନ ରାଷ୍ଟ୍ରର ରାଜା, ମନ୍ତ୍ରୀ ଓ ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ ଦିଆଯିବ । ସୂଚନା ଅନୁସାରେ ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ୍ୟାଭିଷେକରେ ଯୋଗ ଦେବେ । ଅନ୍ୟପଟେ ବଲିଉଡ ଅଭିନେତ୍ରୀ ସୋନମ କପୁର ମଧ୍ୟ ମେ ୭ କାର୍ଯ୍ୟକ୍ରମରେ ସାମିଲ ହେବା ସୂଚନା ରହିଛି ।