ମେ୬ରେ କିଙ୍ଗ ଚାଲର୍ସ ତୃତୀୟଙ୍କ ହେବ ରାଜ୍ୟାଭିଷେକ, ଲଣ୍ଡନରେ ଦେଶବିଦେଶରୁ ପହଁଚିବେ ୮ଶହ ଅତିଥି

111

କନକ ବ୍ୟୁରୋ : ବିଟ୍ରେନର ରାଜା କିଙ୍ଗ ଚାଲର୍ସ ତୃତୀୟଙ୍କର ମେ ୬ରେ ହେବ ରାଜ୍ୟାଭିଷେକ । ଏହା ପାଇଁ ୧୦ହଜାର ୬୧କୋଟି ଟଙ୍କା ଖର୍ଚ୍ଚ ସହ ବିରାଟ ଆୟୋଜନ କରାଯାଇଛି । ମହାରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ ଏବେ କିଙ୍ଗ ଚାଲର୍ସ ୩ୟ ରାଜା ଓ ତାଙ୍କ ପତ୍ନୀ କାମେଲା ବିଦ୍ଧିବଧ ଭାବେ ମହାରାଣୀ ହେବ । ରାଜ୍ୟାଭିଶେଷକ ଓ ଶପଥପାଠ ଉତ୍ସବ ଲଣ୍ଡନରେ ଆୟୋଜନ କରାଯାଇଛି । ଯେଉଁଥିରେ ହଜାର ସଂଖ୍ୟକ ଅତିଥି ଯୋଗ ଦେବେ । ଶନିବାର ୱେଷ୍ଟମିନିଷ୍ଟରରେ ଧାର୍ମିକ ସମାରୋହ କରାଯିବ ସହ ବ୍ରିଟେନ ପରିବାର ପାରମ୍ପାରିକ ରାଜାଙ୍କ ମୁକୁଟୁ ପିନ୍ଧିବେ କିଙ୍ଗ ଚାଲର୍ସ ୩ୟ । ମେ ୬ରୁ ୮ ପର୍ଯ୍ୟନ୍ତ ଲଣ୍ଡନରେ ହେବ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ । ତେବେ ରାଜ୍ୟାଭିଷେକର ସିଧାପ୍ରସାରଣ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪ଟା ୩୦ ମିନିଟରେ କରାଯିବ । ବିବିସି, ଆଇଟିବି, ସ୍କାଏ ନ୍ୟୁଜରେ ହେବ ସିଧା ପ୍ରସାରଣ । କାର୍ଯକ୍ରମରେ ଦେଶବିଦେଶରୁ ୮ଶହ ଅତିଥି ଯୋଗ ଦେବେ । ବିଭିନ୍ନ ରାଷ୍ଟ୍ରର ରାଜା, ମନ୍ତ୍ରୀ ଓ ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ ଦିଆଯିବ । ସୂଚନା ଅନୁସାରେ ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ୍ୟାଭିଷେକରେ ଯୋଗ ଦେବେ । ଅନ୍ୟପଟେ ବଲିଉଡ ଅଭିନେତ୍ରୀ ସୋନମ କପୁର ମଧ୍ୟ ମେ ୭ କାର୍ଯ୍ୟକ୍ରମରେ ସାମିଲ ହେବା ସୂଚନା ରହିଛି ।