୧୦ ବର୍ଷ ଧରି ଅଭିଯୋଗ କରି କରି ଥକିଗଲେ ଗ୍ରାମବାସୀ, ଶେଷରେ ପାହାଡ ଖୋଳି କେନାଲ କଲେ ଚାଷୀ

72

କନକ ବ୍ୟୁରୋ : ହାତରେ ଶାବଳ ଓ କୋଦାଳ ଧରି ପାହାଡ ଖୋଳିଲେ ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପାହାଡକୁ ଚିରି କେନାଲ ଖୋଳିଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁର ଚାଷୀ । ଆଉ ପାହାଡରୁ ପାଣି ଆଣି ଜମିରେ ଫସଲ ଫଳାଇବାକୁ ଚେଷ୍ଟା କରିଛନ୍ତି ।

କେନାଲ ଖୋଳିବା ପାଇଁ ପ୍ରଥମେ ପ୍ରଶାସନ ପାଖରେ ଗୁହାରି କଲେ । ହେଲେ ସରକାରୀ ବାବୁ ଚାଷୀଙ୍କ ଦୁଃଖ ଶୁଣିଲେ ନାହିଁ । ତେଣୁ ପ୍ରଶାସନ ଉପରେ ଭରସା ନକରି ନିଜ ଉଦ୍ୟମରେ ୫ଶହ ମିଟର କେନାଲ ଖୋଳିଛନ୍ତି ନୂଆଗାଁର ଚାଷୀ । କେନାଲ ଯୋଗେ ପାହାଡ ଉପରୁ ପାଣି ଆଣି ୬୦ ଏକର ଜମିରେ ପନି ପରିବା ଶହ ଧାନ ଫସଲ କରୁଛନ୍ତି । ଚାଷୀଙ୍କ କେନାଲ ପାଖରେ ଅଧିକ୍ଷଣ ଯନ୍ତ୍ରୀ ପହଂଚି ସ୍ଥିତି ଦେଖିବା ପରେ ଆଉ କଣ କରିହେବ ବୋଲି କହିଛନ୍ତି ।

କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୧୦ ବର୍ଷ ତଳେ ୩୦ ଲକ୍ଷ ଟଙ୍କା ବ୍ୟୟରେ ନୂଆଗାଁର ଉପରମୁଣ୍ଡରେ ଆଡ଼ି ବନ୍ଧ ନିର୍ମାଣ କରାଯାଇଛି । ହେଲେ ଆଡି ବନ୍ଧରୁ ଚାଷ ଜମିକୁ ପାଣି ନେବା ପାଇଁ କେନାଲ କରାଗଲା ନାହିଁ । ତେଣୁ ଚାଷୀ ନିଜ ଉଦ୍ୟମରେ କେନାଲ ତିଆରି କରି ପ୍ରଶାସନର ପାରିବା ପଣିଆକୁ ଧିକାର କରିଛନ୍ତି ଚାଷୀ ।