ବିବାହ ପରେ ଶାରିରୀକ ସମ୍ପର୍କ । ଜାଣନ୍ତୁ କ’ଣ କହିଲେ କର୍ଣ୍ଣାଟକ ହାଇକୋର୍ଟ

878

କନକ ବ୍ୟୁରୋ : ବିବାହ ପରେ ଶାରୀରିକ ସମ୍ପର୍କ ରଖିବାକୁ ଅରାଜି ହେବା ଅପରାଧ । ଏହାକୁ କର୍ଣ୍ଣାଟକର ଏକ ଫ୍ୟାମିଲି କୋର୍ଟ ବା ପରିବାର ଅଦାଲତ ନିଷ୍ଠୁରତା ବୋଲି ରାୟ ଦେଇଥିଲେ । ଏବେ କିନ୍ତୁ ଏହି ରାୟକୁ ବଦଳାଇ ଦେଇଛନ୍ତି ହାଇକୋର୍ଟ । ଯଦିଓ ସ୍ୱାମୀ ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିବାରୁ ମନା କରିବା ହିନ୍ଦୁ ବିବାହ ଆଇନ ଅନୁଯାୟୀ ଅପରାଧ । ହେଲେ ଭାରତୀୟ ଦଣ୍ଡବିଧି ସଂହିତ ଅନୁଯାୟୀ ଏହା ଅପରାଧ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ତେଣୁ ଏହି ମାମଲାରେ ଅପରାଧିକ ମାମଲା ରୁଜୁ ହୋଇପାରିବନି ବୋଲି କହି ଜଣେ ମହିଳାଙ୍କ ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ ।

ଜଷ୍ଟିସ ଏମ ନାଗାପ୍ରସନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଶୁଣାଣି କରି କହିଛନ୍ତି, ଆବେଦନକାରୀଙ୍କ ମତରେ ବିବାହ ହେଉଛି ଆତ୍ମା ସହ ଆତ୍ମାର ମିଳନ । ଏଥିପାଇଁ ଶାରୀରିକ ସମ୍ପର୍କର ଆବଶ୍ୟକତା ନାହିଁ । ବିବାହ ପରେ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ନରଖିବା ନିଷ୍ଠୁରତା ବୋଲି ହିନ୍ଦୁ ବିବାହ ଆଇନ କହୁଛି । କିନ୍ତୁ ଭାରତୀୟ ଆଇନ ସଂହିତାର ୪୯୮‘ଏ’ରେ ନିଷ୍ଠୁରତା ସଂଜ୍ଞା ତାହାର ଅର୍ନ୍ତଭୁ୍କ୍ତ ନୁହେଁ । ମହିଳା ଜଣଙ୍କ ଯେଉଁ ଆବେଦନ କରିଥିଲେ ଏବଂ ଚାର୍ଜସିଟରେ ସେଭଳି କିଛି ଉଲ୍ଲେଖ ନାହିଁ ଯେଉଁଥିରେ ନିଷ୍ଠୁରତା ହେବାର ପ୍ରମାଣ ଅଛି । ଯଦିଓ ଦମ୍ପତିଙ୍କର ଛାଡପତ୍ର ହୋଇସାରିଛି । କିନ୍ତୁ ପରିବାର ଅଦାଲତ ସଂପୃକ୍ତ ସ୍ୱାମୀ ନିଷ୍ଠରତା କରିଥିବା କହି ଯେଉଁ ଅପରାଧିକ ମାମଲା ରୁଜୁ ପାଇଁ ରାୟ ଦେଇଛନ୍ତି ତାହା ଗ୍ରହଣୀୟ ନୁହଁ ।

ଆବେଦନକାରୀ ମହିଳା ୨୦୧୯ ମସିହାରେ ବିବାହ କରିଥିଲେ । କେବଳ ୨୮ ଦିନ ଶାଶୁଘରେ ରହିଥିଲେ । ୨୦୨୦ ମସିହାରେ ଶାଶୁଘରଙ୍କ ବିରୋଧରେ ଯୌତୁକ ମାମଲା ରୁଜୁ କରିଥିଲେ । ୨୦୨୨ ମସିହାରେ ଦୁଇଜଣଙ୍କ ବିରୋଧରେ ବିବାହ ବିଚ୍ଛେଦ ହୋଇଥିଲା ।