ସରକାର ଗଠନର ୨ଘଣ୍ଟା ମଧ୍ୟରେ ୫ ପ୍ରତିଶ୍ରୁତି ପୂରଣ । ଗ୍ରାଜୁଏଟ ବେରୋଜଗାରୀଙ୍କୁ ମାସିକ ୩ହଜାର ଟଙ୍କା, ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ହଜାର ଟଙ୍କା

17,817

କନକ ବ୍ୟୁରୋ : କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ଶପଥ ନେଇଥିବା ବେଳେ କ୍ୟାବିନେଟର ମନ୍ତ୍ରୀ ଭାବେ ୮ଜଣ ବିଧାୟକ ଶପଥ ନେଇଛନ୍ତି । ହେଲେ ସବୁଠାରୁ ବଡ କଥା ସରକାର ଗଠନ ହେବାର କିଛି ସମୟ ମଧ୍ୟରେ ନିର୍ବାଚନ ବେଳେ କଂଗ୍ରେସ ତରଫରୁ ଜନତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ୫ଟି ପ୍ରତିଶ୍ରୁତି ପୂରଣ ହୋଇଛି । ଶପଥ ଗ୍ରହଣ ଉତ୍ସବ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ କି ମାତ୍ର ୨ ଘଣ୍ଟା ମଧ୍ୟରେ ଜନତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯିବ । ତାହା ମଧ୍ୟ ପୁରଣ ହୋଇଛି । ଏହି କ୍ରମରେ ଏବେ କର୍ଣ୍ଣାଟକ ସରକାର ରାଜ୍ୟରେ ଗୃହଲକ୍ଷ୍ମୀ ଯୋଜନା ମାଧ୍ୟମରେ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ପ୍ରଦାନ କରିବେ । ଗୃହଜ୍ୟୋତି ଯୋଜନା ମାଧ୍ୟରେ ରାଜ୍ୟର ପ୍ରତି ବର୍ଗର ଲୋକଙ୍କୁ ମାଗଣାରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଯୋଗାଇ ଦିଆଯିବ । ସେହିଭଳି ଅର୍ଣ୍ଣଭାଗ୍ୟ ଯୋଜନା ମାଧ୍ୟମରେ ପ୍ରତି ପରିବାରକୁ ମାସିକ ୧୦ ରାସନ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଅନ୍ୟପଟେ ରାଜ୍ୟର ଶିକ୍ଷିତ ବେକାରୀମାନଙ୍କୁ ଭତ୍ତା ଦେବାକୁ ନିର୍ବାଚନ ବେଳେ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା । ଏହି କ୍ରମରେ ରାଜ୍ୟ ସରକାର ଏବେ ରାଜ୍ୟରେ ଥିବା ଡିପ୍ଲୋମାଧାରୀ ବେକାରୀଙ୍କୁ ମାସିକ ୧୫ଶହ ଟଙ୍କା ଓ ଗ୍ରାଜୁଏଟ୍ ବେକାରୀଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ପ୍ରଦାନ କରିବେ । ଏହାକୁ ସରାକର ଯୁବନୀଧି ଯୋଜନା ନାମରେ ନାମିିତ କରିଛନ୍ତି । ସେହିଭଳି ଶକ୍ତି ଯୋଜନା କ୍ରମରେ ଏବେ କର୍ଣ୍ଣାଟକର ପ୍ରତିଟି ମହିଳାଙ୍କୁ ସରକାର ମାଗଣା ବସ୍ ସେବା ଯୋଗାଇ ଦେବେ ।