କାନପୁରରେ ହିଂସାର ଉଗ୍ର ରୂପ । ବିଜେପି ପତାକା ଚିରିଲେ, ପଥର ମାଡ କଲେ, ଦୋକାନ ଲୁଟିଲେ ଦୁର୍ବୃତ୍ତ

140

କନକ ବ୍ୟୁରୋ: ଉତ୍ତରପ୍ରଦେଶର କାନପୁରର ବେକନଗଂଜରେ ଶୁକ୍ରବାର ହୋଇଥିବା ହିଂସା ମାମଲାରେ ୩ଟି ମାମଲା ରୁଜୁ ହୋଇଛି । ଏହି ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି ଯୋଗୀ ସରକାର । ପୋଲିସ ତରଫରୁ ୩ଟି ମାମଲା ରୁଜୁ ହୋଇଥିବାବେଳେ ୩୬ ଜଣଙ୍କୁ ଗିରଫ କରାଯାଇଛି । । ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଛି । ମାମଲାରେ ୧୦୦୦ରୁ ଅଧିକ ଜଣଙ୍କ ନାଁ ରହିଥିବା ଜଣାପଡିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଦୁର୍ବୃତ୍ତ ଘଟଣାସ୍ଥଳକୁ ପଥର ବୋଝେଇ କରି ଆଣିଲେ । ଜଣେ ରିକ୍ସାବାଲାକୁ ନାଁ ପଚାରିଲେ । ସେ ନିଜର ନାଁ କହିବାରୁ ହିନ୍ଦୁ ଜାଣିବା ପରେ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଛାଡିଯାଇଥିଲେ ଦୁର୍ବୃତ୍ତ । କେବଳ ଏତିକିନୁହେଁ ସେଠାରେ ଲାଗିଥିବା ବିଜେପି ଦଳର ସବୁ ପତାକାକୁ ଚିରିବା ସହ ପଥରମାଡ କରିଥିଲେ । ଏହାସହ ଏକାଧିକ ଦୋକାନକୁ ଲୁଟିଥିଲେ । ଏହାକୁ ଯିଏ ପ୍ରତିବାଦ କଲା ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ ।

ସୂଚନା ମୁତାବକ, ଏହି ଘଟଣାରେ ଏବେଯାଏଁଁ ୩୬ଜଣଙ୍କୁ ଗିରଫ କରାଯାଇଛି । ହିଂସା ଘଟାଇଥିବା ଅଭିଯୁକ୍ତଙ୍କ ନାଁରେ ଗ୍ୟାଙ୍ଗଷ୍ଟର ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେମାନଙ୍କର ସମ୍ପତ୍ତି ଜବତ କରାଯିବା ସହ ବୁଲଡୋଜର ଚଢାଯିବ ବୋଲି କୁହାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତନାଘନା ଚଳାଇଛି ।

ପୋଲିସ କମିଶନର ଆନନ୍ଦ ପ୍ରକାଶ ତିୱାରୀଙ୍କ କହିବା ମୁତାବକ, କାନପୁର ହିଂସାରେ ୧୩ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ, ସିସିଟିଭି ଓ ଭିଡିଓ ଫୁଟେଜ୍ ଜରିଆରେ ଚିହ୍ନଟ କରାଯିବା ପରେ ୩୬ ଉପଦ୍ରବକାରୀଙ୍କୁ ଗିରଫ କରାଯାଇଛି । ପୋଲିସ ଅଧିକାରୀ ଗାଡିରେ ପାଟ୍ରୋଲିଙ୍ଗ କରୁଛି । ଡିଏମ୍ ନେହା ଶର୍ମା, ପୋଲିସ କମିଶନର ବିଜୟ ସିଂ ମୀନା, ମଣ୍ଡଳ ଆୟୁକ୍ତ ରାଜଶେଖର ପୈଦଲ ଏହି ଅଞ୍ଚଳରେ ଉପସ୍ଥିତ ରହି ସର୍ବସାଧାରଣଙ୍କ ସୁରକ୍ଷା ଉପରେ ନଜର ରଖିଛନ୍ତି । ବେକମଗଂଜ ଯତୀମଖାନା ନୂଆ ସଡକରେ ପୋଲିସ ଛାଉଣୀ କରାଯାଇଛି ।
କାନପର ନଜର ବେଗମଗଂଜ ଥାନା ଅଞ୍ଚଳର ନୂଆ ସଡକ ଅଞ୍ଚଳରେ ଶୁକ୍ରବାର କୁମେର ନମାଜ ପଢିବା ପରେ କିଛି ଲୋକ ଦୋକାନ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଏହାକୁ ଅନ୍ୟପଟର ଲୋକେ ବିରୋଧ କରିଥିଲେ ।ଫଳରେ ଯୁକ୍ତିତର୍କ ଓ ପରେ ହିଂସା ସୃଷ୍ଟି ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।