କପ୍ତିପଦା ବ୍ଲକ ସୁଡସୁଡିଆ ଗାଁରେ କାଳବୈଶାଖୀ ତାଣ୍ଡବ । ଗଛ ଡାଳ ପଡି, ଭାଙ୍ଗି ଯାଇଛି ଘରର ଆଜବେଷ୍ଟସ୍ ।

227

କନକ ବ୍ୟୁରୋ: ରାତିର କାଳବୈଶାଖୀ ସବୁ ଉଜାଡି ଦେଇଛି । ଖଣ୍ଡ ଖଣ୍ଡ ହୋଇ ପଡିଛି ଘରର ଆଜବେଷ୍ଟସ୍ । ଘର ଉପରେ ଭାଙ୍ଗି ପଡିଛି ଗଛ । ମୟୂରଭଞ୍ଜ କପ୍ତିପଦା ବ୍ଲକ ସୁଡସୁଡିଆ ଗାଁରେ ତାଣ୍ଡବ ରଚିଛି କାଳବୈଶାଖୀ । ବର୍ଷା-ପବନ ଯୋଗୁଁ ବିଦ୍ୟାଳୟ ଘର ଉପରେ ବଡବଡ ଗଛ ଉପୁଡି ପଡିଛି । ଗଛ ପଡି ଲୋକଙ୍କ ଘର ଉପରେ ପଡିବାରୁ ଘର ଭାଙ୍ଗି ଯାଇଛି । କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି ଗ୍ରାମବାସୀ । ଆଜି ସକାଳୁ ଖବର ପାଇ ଅଗ୍ନିଶମ କର୍ମଚାରୀ ଗାଁରେ ଗଛ କଟାକଟି କରୁଛନ୍ତି । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପରେ ଗଛ ଡାଳ ପଡିଛି ।