୨୦୦୦ ଟଙ୍କିଆ ନୋଟରେ ହେଉଛି ସୁନା କିଣା : ବଡ ବଡ ସହରରେ ୨୦୦୦ ଟଙ୍କିଆ ନୋଟ୍ ଦେଇ ସୁନା କିଣୁଛନ୍ତି ଲୋକେ

325

କନକ ବ୍ୟୁରୋ : ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ଘୋଷଣା ପରେ ଚିନ୍ତାରେ ବ୍ୟବସାୟୀ । ତେବେ ଯେଉଁମାନେ ଏହି ନୋଟ ବେଆଇନ ଭାବେ ମହଜୁଦ ରଖଥିଲେ । ସେମାନେ ଏବେ ସେହି ଟଙ୍କାରେ ସୁନା କିଣୁଛନ୍ତି । ଫଳରେ ମୁମ୍ବାଇ, ଦିଲ୍ଲୀ, ସୁରଟ ଭଳି ବଡ ବଡ ସହରରେ ସୁନାର ଚାହିଦା ବଢିବାରେ ଲାଗିଛି । ଦୋକାନୀମାନେ ମଧ୍ୟ ୨୦୦୦ ଟଙ୍କିଆ ନୋଟ ଦେଇ ସୁନା କିଣୁଥିବା ଲୋକଙ୍କ ପାଇଁ ସୁନା ଦରରେ ବୃଦ୍ଧି କରୁଥିବା ଦେଖିବାକୁ ମିଳିଛି ।

ଗୁଜରାଟରେ ୧୦ ଗ୍ରାମ ସୁନାର ମୂଲ୍ୟ ୭୦ ହଜାର ଟଙ୍କା ଛୁଇଁଛି । ଯାହା ନିର୍ଦ୍ଧାରିିତ ଦରଠୁ ୧୦ ହଜାର ଟଙ୍କା ଅଧିକ ରହିଛି । ସେହିପରି ପେଟ୍ରୋଲ ପମ୍ପକୁ ଅଧିକ ୨୦୦୦ ଟଙ୍କିଆ ନୋଟ ଆସୁଥିବା ସୂଚନା ମିଳିଛି । ଲୋକେ ୨୦୦୦ ଟଙ୍କିଆ ନୋଟ ନେଇ ତେଲ ପକାଉଥିବା ଦେଖିବାକୁ ମିଳିଛି । ଗୁଜରାଟରେ ୧୯୦ ପେଟ୍ରୋଲ ପମ୍ପକୁ ଦିନକରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ୨୦୦୦ ଟଙ୍କିଆ ନୋଟ ଆସିଛି । ତେବେ ବ୍ୟାଙ୍କରେ ଏହି ନୋଟ୍ ବଦଳାଇବା ପାଇଁ କୌଣସି ପରିଚୟ ପତ୍ରର ଆବଶ୍ୟକତା ନାହିଁ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି ।

ତେବେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ପରେ ଯେପରି ନୋଟର ଅଭାବ ଦେଖାନଦିଏ ସେଥିପାଇଁ ୫୦୦ ଟଙ୍କିଆ ନୋଟ୍ ଛାପିବା ବଢିଯାଇଛି । ନୋଟ ଛପା କରାଖାନାରେ ଦୈନିକ ଦୁଇ କୋଟି ୨୦ ଲକ୍ଷରୁ ଅଧିକ ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଛପାଯିବ ବୋଲି ନିଷ୍ପତ୍ତି ହୋଇଛି । ସେଥିପାଇଁ କର୍ମଚାରୀଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି । ପ୍ରତିଦିନ ନୋଟ୍ ଛାପା ମେସିନ ୨୨ ଘଣ୍ଟା ଚାଲୁ ରହିବ ବୋଲି ସୂଚନା ମଳିଛି ।