ବିଜ୍ଞାନ ଦେଲା ନୂଆ ଜୀବନ । ୬ ଘଣ୍ଟାର ଅପରେସନ ପରେ ୨୦୦ ଫୁଟ୍ ଗାତତଳୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ନାବାଳକ

668

କନକ ବ୍ୟୁରୋ : ରାଜସ୍ଥାନର ଜୟପୁରରେ ଦେଖିବାକୁ ମିଳିଛି କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଶନିବାର ସକାଳ ୭ଟା ବେଳେ ଜଣେ ୯ବର୍ଷର ବାଳକ ୨୦୦ ଫୁଟ୍ ଗଭୀର ଏକ ବରୋୱେଲର ଗାତ ଭିତରକୁ ଗଳିପଡିଥିଲେ । ହେଲେ ୭୦ ଫୁଟ ତଳେ ପିଲାଟି ଲାଖି ଯାଇଥିଲା । ଏନେଇ ଉଦ୍ଧାରକାରୀ ଦଳ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି । ସିବିଲ ଡିଫେନ୍ସ ଓ ଏନଡିଆରଏଫ ଟିମ୍ ଏକ ଲୁହା ଜାଲ ସହାୟତାରେ ପିଲାଟିକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

ସୂଚନା ମୁତାବକ ଘଟଣାଟି ଜୟପୁରର ଜୋବନେର ଥାନା ଅଞ୍ଚଳରେ । କୁଡିଆ ବସ୍ତିରେ ରହୁଥିବା ୯ବର୍ଷର ଅକ୍ଷିତ ଗ୍ରୀଷ୍ମ ଛୁଟିରେ ମାମୁଁ ଘରକୁ ଆସିଥିଲା । ହେଲେ ମାମୁଁଘର ପାଖରେ ଥିବା ଏକ ଚାଷଜମି ନିକଟରେ ଖେଳୁଥିବା ବେଳେ ସେଠାରେ ଖାଲି ପଡିଥିବା ବରୋୱେଲ ଗାତରେ ଗଳିପଡିଥିଲେ । ହେଲେ ମାମୁଁଘର ଲୋକେ ଅନେକ ସମୟ ଧରି ଖୋଜାଖୁଜି କରିବା ପରେ ଅକ୍ଷିତକୁ ପାଇ ନଥିଲେ । ହେଲେ ବରୋୱେଲ ନିକଟରେ କିଛି ହଲଚଲ ହେଉଥିବାର ଦେଖି ସେମାନଙ୍କର ସନ୍ଦେହ ବଢିଥିଲା । ଏହାପରେ ସେମାନେ ନିକଟସ୍ଥ ଥାନାକୁ ଖବର ଦେଇଥିଲେ ।

ସୂଚନା ପାଇବା ପରେ ସାକଳ ୮ଟାରେ ଏନଡିଆରଏଫ ଟିମ୍ ଘଟଣା ସ୍ଥଳରେ ପହଂଚି ସିସିଟିଭି ମାଧ୍ୟମରେ ଅକ୍ଷିତକୁ ଦେଖିଥିଲେ । ଏହାପରେ ସବିଲ ଡିଫେନ୍ସ ଓ ଏନଡିଆରଏଫ ଟିମ୍ ମିଳିତ ଭାବେ ଅପରେଶନ ଆରମ୍ଭ କରି ଦୀର୍ଘ ୬ଘଣ୍ଟା ପରେ ଅକ୍ଷିତକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଅକ୍ଷିତକୁ ସାଧାରଣ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି ।