ଓଲଟିଲା ଜମ୍ମୁରୁ ଡୋଡା ଆସୁଥିବା ବସ୍  । ୨୫ ଗୁରୁତର, ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

140

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଶନିବାର ଏକ ବଡ ଦୁର୍ଘଟଣା ଘଟିଛି । ଜମ୍ମୁରୁ ଡୋଡା ଜିଲ୍ଲାକୁ ଯାଉଥିବା ଏକ ବସ୍ ଉଦ୍ଧମପୁର ବଟ୍ଟଲ ବଲିଆନ୍ ଇଲାକାରେ ଲେଉଟିପଡିବାରୁ ୨୫ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ୬ଜଣ ଯାତ୍ରୀଙ୍କ ଅ୍ରବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ଥିବା ଜଣାପଡିଛି । ସମସ୍ତ ଯାତ୍ରୀଙ୍କୁ ଜମ୍ମୁର ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

 ଦୁର୍ଘଟଣାର ସଠିକ୍ କାରଣ ଏଯାଏଁ ଜଣାପଡିନଥିଲେ ବି ବସ୍ ଡ୍ରାଇଭରର ଅସାବଧାନତା ଯୋଗୁଁ ଏପରି ଘଟିଛି । ଡ୍ରାଇଭରର ଆଖି ଲାଗିଯାଇଥିବାରୁ ବସଟି ନିୟନ୍ତ୍ରଣ ହରାଇ ଲେଉଟିପଡିଥିବା ପୋଲିସର ପ୍ରାଥମିକ ତଦନ୍ତରେ କୁହାଯାଇଛି ।