ଚୀନକୁ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ଟାର୍ଗେଟ : କହିଲେ ଚୀନ ଯେଉଁଠି ଚିନ୍ତା ଓ ଷଡଯନ୍ତ୍ର ସେଇଠି

58

କନକ ବୁରୋ : ଚୀନ ଯେଉଁଠି ଚିନ୍ତା ସେଇଠି । ଚୀନ ଯେଉଁଠି ଷଡଯନ୍ତ୍ର ସେଠି । ଏବେ ଏମିତି କିଛି ଶଦ୍ଧ ସହ ଚୀନକୁ ଟାର୍ଗେଟ କରିଛନ୍ତି ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଏକ ସାକ୍ଷାତକାର ଦେଇ ଜୟଶଙ୍କର ସ୍ପଷ୍ଟ ଶବ୍ଦରେ ଚୀନକୁ ସମାଲୋଚନା କରିଛନ୍ତି । ଏଥିସହ ଚୀନକୁ ନେଇ ଦେଶରେ ରାଜନୀତି ହେଉଛି ଓ ଏହାର ମଙ୍ଗ ଆଉ କେହି ନୁହେଁ କଂଗ୍ରେସ ଧରିଛି ବୋଲି ସେ କହିଛନ୍ତି । ଚୀନ-ଭାରତ ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବାରମ୍ବାର ପ୍ରଶ୍ନ ଉଠାଉଥିବାବେଳେ ଜୟଶଙ୍କର ଏହାର ଜବାବ ମଧ୍ୟ ରଖିଛନ୍ତି ।

ସାକ୍ଷାତକାରରେ ନିଜ ଜୀବନଯାତ୍ରା ସଂପର୍କରେ ଜୟଶଙ୍କର କହିଛନ୍ତି, ୨୦୧୯ରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ହେବାର ସୁଯୋଗ ମିଳିଲା ଏବଂ ଏହା ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା। ‘ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ୧୯୮୦ ରେ କ୍ଷମତାକୁ ଫେରିବା ପରେ ମୋ ବାପା ଡ କେ ସୁବ୍ରମଣ୍ୟମଙ୍କୁ ପ୍ରତିରକ୍ଷା ଉତ୍ପାଦନ ସଚିବ ପଦରୁ ହଟାଇ ଦେଇଥିଲେ । ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାପରେ ମୋ ପିତାଙ୍କଠାରୁ କନିଷ୍ଠ ଥିବା ଜଣେ ଅଧିକାରୀଙ୍କୁ କ୍ୟାବିନେଟ ସଚିବ କରାଯାଇଥିଲା । ଏହା ମୋ ପିତାଙ୍କୁ ଅନେକ ଦିନ ଧରି ବିଚଳିତ କରି ରଖିଥିଲା’ ବୋଲି ଜୟଶଙ୍କର କହିଛନ୍ତି ।

ଅନ୍ୟପକ୍ଷେ କଂଗ୍ରେସ ସବୁବେଳେ ଚୀନ୍‌ ସୀମା ବିବାଦକୁ ନେଇ ଭୁଲ୍‌ ତଥ୍ୟ ରଖୁଥିବାରୁ ୟଶଙ୍କର କଂଗ୍ରେସ ଉପରେ ବର୍ଷିଛନ୍ତି ଏବଂ ରାହୁଲ ଗାନ୍ଧିଙ୍କୁ କଟାକ୍ଷ କରିଛନ୍ତି । ଜୟଶଙ୍କର କହିଛନ୍ତି, ନରେନ୍ଦ୍ର ମୋଦୀ ଏଲ୍‌ଏସିକୁ ବିପୁଳ ସେନା ପଠାଇଥିଲେ, ରାହୁଲ ଗାନ୍ଧି ନୁହନ୍ତି । ଜୟଶଙ୍କର ଆଜି ତାହାର ଜବାବ ଦେଇଛନ୍ତି । ଯଦି ଚୀନ୍‌ ସଂକ୍ରାନ୍ତରେ ତାଙ୍କଠାରୁ ରାହୁଲଙ୍କର ଅଧିକ ଜ୍ଞାନ ଅଛି ତେବେ ସେ ତାଙ୍କ କଥା ଶୁଣିବାକୁ ଇଚ୍ଛୁକ ବୋଲି ଜୟଶଙ୍କର କହିଛନ୍ତି ।