ସୋପିଆନରେ ଟାର୍ଗେଟ୍ କିଲିଂ । ଜଣେ କାଶ୍ମୀର ପଣ୍ଡିତ ମୃତ, ଜଣେ ଗୁରୁତର

102

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରୁ ପୁଣି ଆସିଲା ଟାର୍ଗେଟ୍ କିଲିଂର ଚିତ୍ର । ଜମ୍ମୁକାଶ୍ମୀର ସୋପିଆନରେ ପୁଣି କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଗୁଳିରେ ଚାଲିଯାଇଛି ଜଣେ କାଶ୍ମୀର ପଣ୍ଡିତଙ୍କ ଜୀବନ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି
ଜମ୍ମୁ-କାଶ୍ମୀରରେ ସଂଖ୍ୟାଲଘୁଙ୍କୁ କରାଯାଉଛି ଟାର୍ଗେଟ୍ । ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଆତଙ୍କବାଦୀଙ୍କ ଟାର୍ଗେଟକୁ ଆସୁଛନ୍ତି କାଶ୍ମୀର ପଣ୍ଡିତ । କେଉଁଠି ଅଫିସ ଭିତରେ ପସି କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରାଯାଉଛି ତ ଆଉ କେଉଁଠି ଘରେ ପସି ସଂଖ୍ୟାଲଘୁଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ । ଠିକ୍ ସେହି ଭଳି ସ୍ୱାଧୀନତା ଦିବସର ଗୋଟିଏ ଦିନ ପରେ ସୋପିଆନରେ ଦେଖିବାକୁ ମିଳିଛି ଟାର୍ଗେଟ୍ କିଲିଂ । ଆତଙ୍କବାଦୀମାନେ ଦୁଇଜଣ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରିଥିବା ବେଳେ ଜଣଙ୍କ ଜୀବନ ଚାଲିଯାଇଛି । ଆଉଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ସହ ସଂଘର୍ଷ କରୁଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କାଶ୍ମୀର ପୋଲିସ୍ ।