ଅନ୍ତର୍ଜାତୀୟ ଯୋଗ ଦିବସରେ ଯବାନଙ୍କ ଯୋଗ : ଲଦାଖର ୧୭ ହଜାର ଫୁଟ ଉଚ୍ଚରେ ଯୋଗ କଲେ ଆଇଟିବିପି ଯବାନ

74

କନକ ବ୍ୟୁରୋ : ଅନ୍ତର୍ଜାତୀୟ ଯୋଗ ଦିବସରେ ଯବାନ କଲେ ଯୋଗ । ଭାରତ- ତିବତ୍ ସୀମାରେ ଆଇଟିବିପିର ବୀର ଯବାନମାନେ ଯୋଗ କରିଛନ୍ତି । ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କମ୍ ଅରୁଣାଚଳ ପ୍ରଦେଶ ସହ ଭାରତ-ଚୀନ ସୀମାର ଅନେକ ସ୍ଥାନରେ ପାହାଡ଼ ଉପରେ ଯୋଗ କରିଛନ୍ତି ଯବାନ । ଲଦାଖର ୧୭ ହଜାର ଫୁଟ ଉଚ୍ଚ ବରଫ ଉପରେ ଯୋଗ ଦିବସ ପାଳନ କରିଛନ୍ତି ଆଇଟିବିପି ଯବାନ । ସେହିପରି ଉତରାଖଣ୍ଡରେ ୧୬ ହଜାର ଫୁଟ ଉପରେ ଯୋଗ ପାଳନ କରିଛନ୍ତି ଯବାନ ।