୧୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା: ପଶ୍ଚିମା ଝଡ ପ୍ରଭାବରେ ହେବ ବର୍ଷା

493

କନକ ବ୍ୟୁରୋ: ଆସନ୍ତା ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା । ପଶ୍ଚିମ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୧୦ ପରେ ବର୍ଷାର ପରିମାଣ ବଢିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ବର୍ତ୍ତମାନ ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ତେବେ ୧୦ ତାରିଖରୁ ବର୍ଷା ଯୋଗୁଁ ଶୀତର ପରିମାଣ କମିପାରେ । କୁହୁଡି ମଧ୍ୟ ରହିବ ପରେ ଧିରେ ଧିରେ କମିବ । ୧୦ରୁ ବର୍ଷାର ପରିମାଣ ବଢିବ । ତେବେ ପଶ୍ଚିମ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।