୨୪ତାରିଖରେ ରଥଯାତ୍ରା ପାଳିବାକୁ ଇସ୍କନର ପ୍ରସ୍ତୁତି । ପ୍ରବଳ ବିରୋଧ କଲେ ଶ୍ରୀମନ୍ଦିର ସେବାୟତ । କହିଲେ, ଅଦିନିଆ ରଥଯାତ୍ରା ପରମ୍ପରା ବିରୋଧୀ

ଇସ୍କନ ଅନୁଗାମୀଙ୍କୁ ପୁରୀରେ ପ୍ରବେଶ କରାଇ ନଦେବାକୁ ଚେତାବନୀ

1,071

କନକ ବ୍ୟୁରୋ: ଇସ୍କନ ପକ୍ଷରୁ ଆସନ୍ତା ୨୪ତାରିଖରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚାଲିଛି । ଜୁନ୍ ୨୪ତାରିଖରେ ଗ୍ୱାଲିୟରରେ ରଥଯାତ୍ରା ପାଳନ କରାଯିବ । ଇସ୍କନ ପକ୍ଷରୁ ଏହି ରଥଯାତ୍ରା ପାଳନ ନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ତେବେ ଅଦିନିଆ ରଥଯାତ୍ରାକୁ ପ୍ରବଳ ବିରୋଧ କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଅଦିନିଆ ରଥଯାତ୍ରା ପରମ୍ପରା ବିରୋଧୀ ବୋଲି କହିଛନ୍ତି । ଏହାସହ ଅଦିନିଆ ରଥଯାତ୍ରା ପାଳନ କରାଗଲେ ଇସ୍କନ ଅନୁଗାମୀଙ୍କୁ ପୁରୀରେ ପ୍ରବେଶ କରାଇ ନଦେବାକୁ ଚେତାବନୀ ଦେଇଛନ୍ତି । ତେବେ ଅଦିନିଆ ରଥଯାତ୍ରା ନକରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବିଧି, ପରମ୍ପରା ଓ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଅର୍ଥାତ ଜୁନ୍ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ଅନୁଷ୍ଠିତ ହେବ । କିନ୍ତୁ ଜୁନ୍ ୨୪ରେ ଗ୍ୱାଲିୟରରେ ରଥଯାତ୍ରା ଆୟୋଜନ ନେଇ ସୋସିଆଲ ମିଡିଆରେ ଇସ୍କନ ଘୋଷଣା ପରେ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।