ଆତ୍ମହତ୍ୟା ରୋକିବାକୁ ହଷ୍ଟେଲରେ ଲାଗିବ ସ୍ପ୍ରିଙ୍ଗ ଫ୍ୟାନ୍ । କୋଟାରେ ଛାତ୍ର ମୃତ୍ୟୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ

266

କନକ ବ୍ୟୁରୋ: କମ୍ପିଟିଟିଭି ପରୀକ୍ଷା ପାଇଁ କୋଚିଙ୍ଗ୍‌ ‘ହବ୍‌’ କୁହାଯାଉଥିବା ରାଜସ୍ଥାନର କୋଟାରେ ଛାତ୍ର ଆତ୍ମହତ୍ୟା ରୋକିବା ଲାଗି ସମସ୍ତ ହଷ୍ଟେଲ୍‌ ଓ ପେଇଙ୍ଗ୍‌ ଗେଷ୍ଟ୍‌ ରୁମରେ ଲାଗିବ ସ୍ପ୍ରିଙ୍ଗ ପଙ୍ଖା । ଏହି ପଙ୍ଖା ଲଗାଇବା ବାଧ୍ୟତାମୂଳକ ବୋଲି ଜିଲ୍ଲା ପ୍ରଶାସନ ଆଦେଶ ଜାରି କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏହି ପଙ୍ଖାରେ କୌଣସି ଭାରୀ ଜିନିଷ ଓହଳିଲେ ଏଥିରେ ଲାଗିଥିବା ସ୍ପ୍ରିଙ୍ଗ୍‌ ଖୋଲିଯାଇ ପଙ୍ଖା ଛାତରୁ ଅଲଗା ହୋଇଯିବ। ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟା କରିବାରୁ ରୋକିପାରିବ । ଦିନକୁ ଦିନ କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ସଂଖ୍ୟା ବଢୁଥିବାବେଳେ ପ୍ରତି ହଷ୍ଟେଲରେ ଏଭଳି ସ୍ପ୍ରିଙ୍ଗ ଫ୍ୟାନ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଟା ଜିଲ୍ଲାପାଳ ଓମ୍‌ ପ୍ରକାଶ ବୁନକର ।